ଓଡିଶା

odisha

By

Published : May 16, 2021, 7:18 PM IST

ETV Bharat / state

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମଦ ସାମଗ୍ରୀ ଜବତ

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କୁଲେରଗୁଡା ଓ ଖୁରସେଲଗୁଡା ଗାଁ ନିକଟରେ ଥିବା ନାଳ ଉପରେ ବେଆଇନ ଦେଶୀ ହାତ ରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମଦ ସାମଗ୍ରୀ ଜବତ
ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମଦ ସାମଗ୍ରୀ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କୁଲେରଗୁଡା ଓ ଖୁରସେଲଗୁଡା ଗାଁ ନିକଟରେ ଥିବା ନାଳ ଉପରେ ବେଆଇନ ଦେଶୀ ହାତ ରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ ୮୦ କେଜି ମହୁଲ ପୋଚ, ୨ ଶହ ଲିଟର ହାତରନ୍ଧା ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିଲା ।

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମଦ ସାମଗ୍ରୀ ଜବତ

ପରେ ଘଟଣା ସ୍ଥଳରେ ଜବତ ସାମଗ୍ରୀ ଗୁଡିକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା । ସେହିପରି କୁଲେରଗୁଡା ଗାଁର ସନ୍ତୋଷ ନାଏକଙ୍କ ଠାରୁ ୨୦ ଲିଟର ରନ୍ଧା ମଦ ଜବତ କରାଯାଇଥିଲା । ତେବେ ଚାଢ଼ାଉ ସମୟରେ ମଦ ମାଫିଆ ଫେରାର ଥିବାବେଳେ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଜିଲ୍ଲା ଅବକାରୀ ଅଧୀକ୍ଷକ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚାଢ଼ାଉ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details