ଭବାନୀପାଟଣା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ସତେ ଯେପରି ତତଲା କଢେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୌଦ୍ରତାପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସତେ ଯେମିତି ତତଲା କଢେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସପ୍ତାହେ ହେବ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।
ତତଲା କଡେଇରେ ଫୁଟୁଛି କଳାହାଣ୍ଡି, ଅସ୍ତବ୍ୟସ୍ତ ଜନଜୀବନ ଆକାଶରେ ସୂର୍ଯ୍ୟଙ୍କ ପ୍ରଖର ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କାହାର ସାହା ପାଲଟିଛି କଳା ଚଷମା । ଗତ କିଛି ଦିନ ହେଲା ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏବେ ମନକୁ ଟିକିଏ ଫୁର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ସମସ୍ତଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ୱା ଆମ୍ୱ ରସ ଟିକିଏ ପିଇ ଦେଇ ବେଶ୍ ଆଶ୍ୱସ୍ତ ଅନୁଭବ କରୁଛନ୍ତି ଲୋକେ । ହେଲେ ଅଘୋଷିତ ବିଦ୍ୟୁତ କାଟ ସାଧାରଣ ମଣିଷର କଷ୍ଟକୁ ଦ୍ଵିଗୁଣିତ କରିଦେଉଛି ।ଅନ୍ୟପଟେ ସକାଳ ହେଲେ ଲୋକଙ୍କ ଚିନ୍ତା ବଢି ଯାଉଛି । ସନ୍ଧ୍ୟା ହେଲେ ହିଁ ଲୋକେ ଘରୁ ବାହାରୁଛନ୍ତି । ଯେଉଁମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ବାହାରକୁ ଯାଉଛନ୍ତି । ଦିନ ୧୨ ଟା ପରେ ରାସ୍ତାଘାଟ ଶୁନ୍ଶାନ୍ ହୋଇ ଯାଉଛି । ତେବେ ସବୁ ପ୍ରକାର ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୪୧.୭ ଡିଗ୍ରୀ ତାପମାତ୍ରା ସହିତ ଉତ୍ତପ୍ତ ସହର ଭାବେ ବଲାଙ୍ଗୀର ରହିଛି । ଭୁବନେଶ୍ବର ୩୫,୨ ଡିଗ୍ରୀ ଏବଂ କଟକରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ