ଓଡିଶା

odisha

ETV Bharat / state

ଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ - power supply infrastructure

ଭୋକର ଭୂଗୋଳ ଆଖ୍ୟା ପାଇଥିବା କଳାହାଣ୍ଡିକୁ ବିଦ୍ୟୁତ ଉତ୍ପାଦନ ସହ ଧାନ ଉତ୍ପାଦନ ରେ ବିକଶିତ କରି ଏକ ଅଗ୍ରଣୀ ଜିଲ୍ଲାର ମାନ୍ୟତା ଦେଇଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ। ଆଗାମୀ କିଛି ଦିନ ମଧ୍ୟରେ କଳାହାଣ୍ଡି ବାସୀଙ୍କୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ଯୋଗାଣ ଆରମ୍ଭ ହେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି।

ଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ
ଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ

By

Published : Sep 25, 2020, 8:37 AM IST

Updated : Sep 25, 2020, 5:25 PM IST

ଭବାନୀପାଟଣା: ବହୁ ପ୍ରତିକ୍ଷୀତ କଳାହାଣ୍ଡି ଜିଲ୍ଲାକୁ ଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ । ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଥିବା ବେଳେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦେଇଛି ଜିଲ୍ଲାକୁ ଏକ ନୂତନ ପରିଚୟ।

ଏକଦା ଭୋକର ଭୂଗୋଳ ଆଖ୍ୟା ପାଇଥିବା କଳାହାଣ୍ଡିକୁ ବିଦ୍ୟୁତ ଉତ୍ପାଦନ ସହ ଧାନ ଉତ୍ପାଦନ ରେ ବିକଶିତ କରି ଏକ ଅଗ୍ରଣୀ ଜିଲ୍ଲାର ମାନ୍ୟତା ଦେଇଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ। ପ୍ରକଳ୍ପରୁ ବାହାରୁଥିବା ବିଦ୍ୟୁତ ଆଜି ରାଜ୍ୟ ବାହାରେ ଆଲୋକ ଦେଖାଉଛି ଆଗକୁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ପ୍ରକଳ୍ପରୁ ବିଦ୍ୟୁତ ଯୋଗାଇବେ ରାଜ୍ୟ ସରକାର। ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଇନ୍ଦ୍ରାବତୀରୁ ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ

ତେବେ ଓଡିଶା ଗୃହ ଶକ୍ତି ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟ ପରିଦର୍ଶନରେ ଆସି ମୁଖୀଗୁଡା ଓ.ଏଚ.ପି.ସି ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେବା ପରେ ବାନେର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଦ୍ୟୁତ ଗ୍ରୀଡ଼କୁ ପରିଦର୍ଶନ କରିଥିଲେ ।

ଆଗାମୀ କିଛି ଦିନ ମଧ୍ୟରେ କଳାହାଣ୍ଡି ବାସୀଙ୍କୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ଯୋଗାଣ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ଜିଲ୍ଲାରେ ବିଜୁଳି ସମସ୍ୟା ଦୂର ହେବା ସହ ଶିଳ୍ପାନୁଷ୍ଠାନ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Sep 25, 2020, 5:25 PM IST

ABOUT THE AUTHOR

...view details