ଓଡିଶା

odisha

ETV Bharat / state

ହାତୀ ଦାନ୍ତ ଠାବ କଲା ବନ ବିଭାଗ, 3 ଗିରଫ

ଗତ 24 ତାରିଖରେ କଳାହାଣ୍ଡି ଲାଞ୍ଜିଗଡ ହାତୀସାଲ ନିକଟରୁ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା । ବିଦ୍ୟୁତ ତାର ବିଛାଇ ହାତୀର ଦାନ୍ତ କାଟି ନେଇଥିଲେ ଦୁର୍ବୃତ୍ତ । ତେବେ ଉକ୍ତ ଘଟଣା ପରେ ବନ ବିଭାଗ ଏକ ଟିମ ଗଠନ କରି ମଙ୍ଗଳବାର ହାତୀ ଦାନ୍ତ ଠାବ କରିଛି ।

By

Published : Mar 27, 2019, 2:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ହାତୀ ତସ୍କରଙ୍କୁ ଗିରଫ କରିଛି ବନ ବିଭାଗ । ଗତ 24 ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ରାସ୍ତାର ହାତୀସାଲ ଘାଟିରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା । ତେବେ କିଛି ଦୁର୍ବୃତ୍ତ ବିଦ୍ୟୁତ ଜାଲ ବିଛାଇ ହାତୀର ଶିକାର କରି ଦାନ୍ତ କାଟି ଚମ୍ପଟ ମାରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଘଟଣାକୁ ନେଇ ଫରେଷ୍ଟର ଟି. ଅଶୋକ କୁମାର, ଏସିଏଫ ଓ ରେଞ୍ଜ ଅଫିସର ଲକ୍ଷ୍ୟ ମହାନନ୍ଦ ଏକ ଟିମ ଗଠନ କରିଥିଲେ । ଏହି ଟିମ ଖଜୁରୀଗୁଡା ଗ୍ରାମରେ ଚଢାଉ କରି ହାତୀ ଦାନ୍ତ ଜବତ କରିଥିଲା । ଏଥିସହ ଉକ୍ତ କାରବାରରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details