ଓଡିଶା

odisha

ETV Bharat / state

ପୁଜୁଗୁଡ଼ା ଗାଁରେ ହାତୀ ଉପଦ୍ରବ, ଜଣକୁ ଦଳିଦେଲା ଦନ୍ତା - ପୁଜୁଗୁଡ଼ାରେ ହାତୀ ଆକ୍ରମଣରେ ଜଣେ ମୃତ

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ପୁଜୁଗୁଡ଼ା ଗାଁରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ୩ ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ହାତୀ ଉପଦ୍ରବ
ହାତୀ ଉପଦ୍ରବ

By

Published : Dec 17, 2022, 10:34 PM IST

ହାତୀ ଉପଦ୍ରବ

ଭବାନୀପାଟଣା: ଗଜରାଜଙ୍କ ଆତଙ୍କରେ ଭୟବିତ ଗ୍ରାମବାସୀ । ଭୟଙ୍କର ଗର୍ଜନ ସହ ଧାନ ଖଳାରେ ପଶି ଲୋକାଙ୍କୁ ଆକ୍ରମଣ କରୁଥିବା ନେଇ ଅଭିଯୋଗ। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ୩ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ପୁଜୁଗୁଡ଼ା ଗାଁରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ ।

ଗ୍ରାମବାସୀଙ୍କ କହିବା ଅନୁସାରେ, ପୁଜୁଗୁଡ଼ା ଗାଁର ଖଗେଶ୍ବର ଗୌଡ଼ ନିଜ ଧାନ ଖଳାରେ ରାତିରେ ଶୋଇଥିବା ସମୟରେ ନିକଟସ୍ଥ ଜଙ୍ଗଲରୁ ୧୦ ଟିକିଆ ହାତୀ ପଲ ଆସି ଗାଁରେ ବିଭିନ୍ନ ଫସଲ ନଷ୍ଟ କରିବା ସଭ ଭୟଙ୍କର ଗର୍ଜନ ଦେଇଥିଲେ। ପରେ ହାତୀପଲ ଗାଁରେ ଥିବା ଧାନ ଖଳାକୁ ପସି ଧାନ ଖାଇବା ବେଳେ ଖଳାରେ ଶୋଇଥିବା ଖଗେଶ୍ବର ଗୌଡ଼କୁ ହାତୀ ପ୍ରଥମେ ଶୁଣ୍ଢରେ ଉଠାଇ କଚାଡିବା ସହ ପାଦରେ ଚକଟି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଖଗେଶ୍ବରଙ୍କ ମୃତ୍ୟ ହୋଇଥିବା ବେକେ ନିକଟରେ ଥିବା ଖଳାମାନଙ୍କୁ ଯାଇ ଜଣେ ୬ ବର୍ଷର ଶିଶୁପୁତ୍ର ସମେତ ଅନ୍ୟ ୨ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ ହାତୀ ପଲ । ପରେ ଅନେକ ଗର୍ଜନ ଓ ଫସଲ ନଷ୍ଟ କରିବା ପରେ ପୁଣି ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ ।

ଅଧିକ ପଢନ୍ତୁ: ଚାଲିଛି BJPର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳକୁ ମଜବୁତ କରିବାକୁ ମନ୍ତ୍ର ଦେବେ ସୁନୀଲ ବଂଶଲ

ହାତୀ ଗାଁରୁ ଚାଲିଯିବା ପରେ ଗ୍ରାମବାସୀ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ନର୍ଲା ଥାନା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ମୃତଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details