ଭବାନୀପାଟଣା: ଉପାନ୍ତ ଅଞ୍ଚଳ ହାତୀଙ୍କ ଉପଦ୍ରବ ଦିନକୁ ଦିନ ଉଗ୍ରରୂପ ନେଉଛି । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନ ହେଲା ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ଏକ ୧୬ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଚାରା ପ୍ରସ୍ତୁତି କେନ୍ଦ୍ର ନର୍ସରିରେ ପଶି ୯ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ଚାରାକୁ ମାଡ଼ି ନଷ୍ଟ କରିଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି ।
Elephant Terror In Kalahandi: ମାତିଲେ ହାତୀ, ନଷ୍ଟ କଲେ 9 ହଜାରରୁ ଊର୍ଦ୍ଧ୍ବ ଚାରା - କଳାହାଣ୍ଡିରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ
ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୧୬ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଚାରା ପ୍ରସ୍ତୁତି କେନ୍ଦ୍ର ନର୍ସରୀରେ ପଶି ୯ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ଚାରାକୁ ମାଡ଼ି ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ
![Elephant Terror In Kalahandi: ମାତିଲେ ହାତୀ, ନଷ୍ଟ କଲେ 9 ହଜାରରୁ ଊର୍ଦ୍ଧ୍ବ ଚାରା ମାତିଲେ ହାତୀ, ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ](https://etvbharatimages.akamaized.net/etvbharat/prod-images/768-512-15126789-thumbnail-3x2-jd.jpg)
ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ଓ ହାତୀଙ୍କୁ ଘଉଡ଼ାଇବାକୁ ନେଇ ଏଲେଫଣ୍ଟ ସ୍କୁଆଡ଼କୁ ନିଯୁକ୍ତି କରାଯାଇଛି ତଥାପି ମଧ୍ୟ ହାତୀଙ୍କ ଖବର ଗ୍ରାମବାସୀ ପାଖରେ ପହଞ୍ଚି ପାରୁନଥିବାରୁ ଅନେକ ସମୟରେ ଗଜରାଜ ଓ ମଣିଷଙ୍କ ଲଢେଇ ମଧ୍ୟରେ ଅନେକ ଧନଜୀବନ ହାନି ହେଉଛି ।
ସୂଚନାମୁତାବକ, ବିଶ୍ଵନାଥପୁର ବନାଞ୍ଚଳର ମୂଷାନାଳ ସେକ୍ସନ ଲୋରମ୍ବା ଗାଁରେ ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ଆସି ଗୋରୁଧନ ସୁନା ଘର ଭାଙ୍ଗିବା ପରେ ଘରେ ଥିବା ଆସବାବପତ୍ର ନଷ୍ଟ କରିଥିଲେ। ଠିକ୍ ଗୋଟିଏ ଦିନ ପରେ ସେହି ହାତୀପଲ ବନ୍ଧପାରି ବିଟ୍ ବୋରି ଜଙ୍ଗଲ ଦେଇ ଲାଞ୍ଜିଗଡ଼ ବନ ବିଭାଗ ଦ୍ୱାରା କରାଯାଇଥିବା ଚାରା ପ୍ରସ୍ତୁତି କେନ୍ଦ୍ରକୁ ଆସି ପ୍ରାୟ ୯ ହଜାରରୁ ଊର୍ଦ୍ଧ୍ବ ମୂଲ୍ୟବାନ ଗଛର ଚାରା ମାଡ଼ି ନଷ୍ଟ କରିଛନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ଚାରା ନଷ୍ଟ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପାନ୍ତ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ନେଇ ବନ ବିଭାଗର କାର୍ଯ୍ୟକରିତା ଉପରେ ପ୍ରଶ୍ନବାଚୀ ଉଠିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ