ଓଡିଶା

odisha

ETV Bharat / state

କର୍କଟା ଡ୍ୟାମ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର - elephant deadbody found from karkata dam kalahandi

ଗୁଣ୍ଡି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର କର୍କଟା ଡ୍ୟାମରେ ୧୫ ଟିକିଆ ହାତୀପଲ ପଶିଛନ୍ତି । ସେମାନଙ୍କ ଭିତରୁ ଆଜି ୩ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ।

କର୍କଟା ଡ୍ୟାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର

By

Published : Oct 17, 2019, 11:49 PM IST

କଳାହାଣ୍ଡି: ଜଙ୍ଗଲ ଛାଡି ଗାଁ ମୁହାଁ ହାତୀ। ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜ ଥୁଆପଦରରେ ଜମୁଛି ହାତୀପଲଙ୍କ ଭିଡ। ଗୁଣ୍ଡି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର କର୍କଟା ଡ୍ୟାମରେ ୧୫ ଟିକିଆ ହାତୀପଲ ଆସି ଫସିଥିବା ଜଣାପଡିଛି।

କର୍କଟା ଡ୍ୟାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର

ଏହାସହ ନିକଟସ୍ଥ ଜଙ୍ଗଲରେ ୧୨ ଟି ହାତୀ ଥିବା 3 ହାତୀ ଜଙ୍ଗଲ ବାହାରେ ଥିବା ବନବିଭାଗ ସୂଚନା ଦେଇଛି । ତେବେ ଆଜି ଏକ ୩ ମାସର ହାତୀଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ।

ତେବେ ହାତୀଛୁଆର ମୃତ୍ୟର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ରେଞ୍ଜର ପ୍ରସନ୍ନ ମିଶ୍ର ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details