ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଚାଉଳ ବୋଝେଇ ଟ୍ରକ: ହେଲପର ମୃତ, ଡ୍ରାଇଭର ଗୁରୁତର - PDS truck

ଜୟପାଟଣା ବ୍ଳକ ଉଛୁଳା ଗ୍ରାମରେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ପିଡିଏସ ଚାଉଳ ବୋଝେଇ ଟ୍ରକ ବିଦ୍ୟୁତ ସଂସ୍ପର୍ଶରେ ଆସି ହେଲପର ମୃତ । ଡ୍ରାଇଭର ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

By

Published : Oct 20, 2019, 10:36 PM IST

କଳାହାଣ୍ଡି: ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ ହେଲପର ମୃତ, ଡ୍ରାଇଭର ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଉଛୁଳା ଗ୍ରାମରେ ଏହି ଅଘଟଣ ଘଟିଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ଜୟପାଟଣା ଚାଉଳ ଗୋଦାମରୁ ଉଛୁଳା ଗ୍ରାମପଞ୍ଚାୟତକୁ ପିଡ଼ିଏସ ଚାଉଳ ନେଇଥିବା ଏକ ଟ୍ରକ ଗ୍ରାମର ବିଦ୍ୟୁତ ତାରରେ ଲାଗିଯାଇଥିଲା । ଯାହାଫଳରେ ବିଦ୍ୟୁତ ପ୍ରବାହ ଯୋଗୁଁ ଟ୍ରକର ହେଲପର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗ୍ରାମବାସୀ ଅଭିଯୋଗ ଅନୁସାରେ ଏହି ବିଦ୍ୟୁତ ତାରକୁ ଉଚ୍ଚକୁ ଉଠାଇବା ପାଇଁ ଗଡରାମାଲ ଷ୍ଟ୍ରକଚର କନିଷ୍ଠ ଯନ୍ତ୍ରୀ ଠାରୁ ଉଚ୍ଚ ଅଧିକାରୀଙ୍କୁ କହିଆସିଛନ୍ତି ହେଲେ ସେମାନେ କୌଣସି କଥା ଶୁଣୁନାହାନ୍ତି ।

ଏହା ଆଗରୁ ମଧ୍ୟ ଏକ ଅଘଟଣ ଘଟି ସରିଲାଣି ଓ ଏହି ଅଘଟଣରେ ଯେଉଁ କ୍ଷତି ହେଉଛି ସେଥିପାଇଁ କିଏ ଦାୟୀ ବୋଲି କହିଛନ୍ତି । ରବିବାର ଦିନ ସରକାରୀ ଛୁଟି ରହିଥିବା ବେଳେ କେମିତି ଚାଉଳ ଯୋଗାଣ ହେଲା ତାହା ବି ସନ୍ଦେହରେ ରହିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details