ଓଡିଶା

odisha

ETV Bharat / state

ନିର୍ବାଚନ ଆଚରଣ ବିଧି ଉଲଂଘନ: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ - ନିର୍ବାଚନ ଆଚରଣ ବିଧି ଉଲଂଘନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ

ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀଙ୍କ ନିର୍ବାଚନୀ ପୋଷ୍ଟରରେ ଶିକ୍ଷକ ସ୍ଵାମୀଙ୍କ ଫଟୋ ରହିଥିବା ଘଟଣାରେ ସମ୍ପୃକ୍ତ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ

ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

By

Published : Feb 2, 2022, 9:37 PM IST

ଭବାନୀପାଟଣା: ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀଙ୍କ ନିର୍ବାଚନୀ ପୋଷ୍ଟରରେ ଶିକ୍ଷକ ସ୍ଵାମୀଙ୍କ ଫଟୋ ରହିଥିବା ଘଟଣାରେ ସମ୍ପୃକ୍ତ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।

ନିର୍ବାଚନ ଆଚରଣ ବିଧି ଉଲଂଘନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ସୂଚନା ଅନୁସାରେ ବୁଡିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ଯାଜ୍ଞସେନୀ ପଣ୍ଡାଙ୍କ ନିର୍ବାଚନୀ ପୋଷ୍ଟରରେ ତାଙ୍କ ସ୍ବାମୀ ଶିକ୍ଷକ ସ୍ବାମୀଙ୍କ ଫଟୋ ରହିଥିବାବେଳେ ଏହା ନିର୍ବାଚନ ଆଚରଣ ବିଧି ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଜଣେ ସରକାରୀ କର୍ମଚାରୀ ହୋଇ କିଭଳି ସ୍ତ୍ରୀଙ୍କ ନିର୍ବାଚନୀ ବ୍ୟାନରରେ ନିଜ ଫଟୋ ଦେଲେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚାର ପାଲଟିଥିଲା ।

ପରେ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ଜିଲ୍ଲା ଶିକ୍ଷା ବିଭାଗ । ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଶିକ୍ଷକ ଜଣକ ହେଲେ ଜୁନାଗଡ ବ୍ଲକ ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ ପଣ୍ଡା।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details