ଓଡିଶା

odisha

ETV Bharat / state

ମମିତା ମର୍ଡର ମିଷ୍ଟ୍ରି, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ - ହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର

କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଆଜି ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

ମମିତା ହତ୍ୟା ମାମଲା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡା ମାଡ଼
ମମିତା ହତ୍ୟା ମାମଲା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡା ମାଡ଼

By

Published : Oct 20, 2021, 1:08 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଶେଷକରି ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଯୋଡ଼ି ହେଲାପରେ ତେଜିବାରେ ଲାଗିଛି ରାଜନୀତି । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିବା ସହ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏନେଇ ଆଜି ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡା ମାଡ଼ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ।

ମମିତା ହତ୍ୟା ମାମଲା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡା ମାଡ଼

ତେବେ ମମିତାଙ୍କ ଏହି ହତ୍ୟା ମାମଲାରେ ଅନେକ ବଡବଡ଼ିଆଙ୍କ ଅନ୍ଧାରୀ ବିଜେକୁ ନେଇ ବିରୋଧୀ ସରକାରକୁ ଘେରିବା ସହ ଆଜି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଏହା ସହ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଆଜି ଭବାନୀପାଟଣା ଠାରେ ଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ଼ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details