ଭବାନୀପାଟଣା: ନକଲି କୀଟନାଶକ ବିକ୍ରି କରୁଥିବା ଦୋକାନ ଉପରେ କୃଷି ବିଭାଗର ଚଢ଼ାଉ । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ । କେସିଙ୍ଗା ସ୍ଥିତ ହରିଓମ ସିଡ୍ସ ନାମକ ଏକ ଦୋକାନ ଉପରେ ଗତକାଲି(ବୁଧବାର) ଚଢାଉ କରିଛି କୃଷି ବିଭାଗ ।
ସୂଚନାମୁତାବକ, କେସିଙ୍ଗା ଅଞ୍ଚଳର କିଛି ଚାଷୀ ଗତ କିଛିଦିନ ତଳେ ହରିଓମ ସିଡ୍ସରୁ ଫଟେରା କମ୍ପାନୀର କୀଟନାଶକ କିଣି ଥିଲେ । ହେଲେ ପରେ ତାହା ନକଲି ବୋଲି ଜାଣିବାରୁ ଏନେଇ ଜିଲ୍ଲା କୃଷି ବିଭାଗକୁ ଅଭିଯୋଗ କରିଥିଲେ । ତେବେ ଗତକାଲି ହଠାତ୍ କୃଷି ବିଭାଗର ଏକ ସ୍ୱତନ୍ତ୍ର ଟିମ କେସିଙ୍ଗା ହରିଓମ ସିଡ୍ସ ଉପରେ ଚଢ଼ାଉ କରିବା ସହିତ ବିପୁଳ ପରିମାଣର ନକଲି କୀଟନାଶକ ଜବତ କରିଛି ।