ଓଡିଶା

odisha

By

Published : Feb 16, 2022, 7:38 PM IST

ETV Bharat / state

Panchayat Poll: ଭୋଟ ବର୍ଜନ କଲେ ଦୁଣ୍ଡା ଗ୍ରାମବାସୀ, ଫେରିଲେ ପୋଲିଂ ଅଧିକାରୀ

ମଙ୍ଗଳବାର ଜୁନାଗଡ଼ର ୩୯୦ଟି ବୁଥକୁ ପୋଲିଂ କର୍ମଚାରୀ ଯାଇଛନ୍ତି । ସେଥିମଧ୍ୟରୁ ବ୍ଲକର ଦୁର୍ଗମ ଅଞ୍ଚଳ ଦୁନ୍ଦେଲମାଲ ପଞ୍ଚାୟତ ଦୁଣ୍ଡା ଗ୍ରାମକୁ ମଙ୍ଗଳବାର ଭୋଟଦାନ ନିମନ୍ତେ ପୋଲିଂ କର୍ମଚାରୀ ଯାଇଥିଲେ । ହେଲେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଜିଦ ଧରିଥିଲେ । ପରେ ଗ୍ରାମବାସୀ ପୋଲିଂ କର୍ମଚାରୀଙ୍କୁ ଫେରାଇ ଦେଇଥିଲେ । ଅଧିକ ପଢନ୍ତୁ

Panchayat Poll: ଭୋଟ ବର୍ଜନ କଲେ ଦୁଣ୍ଡା ଗ୍ରାମବାସୀ, ଫେରିଲେ ପୋଲିଂ ଅଧିକାରୀ
Panchayat Poll: ଭୋଟ ବର୍ଜନ କଲେ ଦୁଣ୍ଡା ଗ୍ରାମବାସୀ, ଫେରିଲେ ପୋଲିଂ ଅଧିକାରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ବୁଧବାର ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଙ୍ଗଳବାର ଜୁନାଗଡ଼ର ୩୯୦ଟି ବୁଥକୁ ପୋଲିଂ କର୍ମଚାରୀ ଯାଇଛନ୍ତି । ସେଥିମଧ୍ୟରୁ ବ୍ଲକର ଦୁର୍ଗମ ଅଞ୍ଚଳ ଦୁନ୍ଦେଲମାଲ ପଞ୍ଚାୟତ ଦୁଣ୍ଡା ଗ୍ରାମକୁ ମଙ୍ଗଳବାର ଭୋଟଦାନ ନିମନ୍ତେ ପୋଲିଂ କର୍ମଚାରୀ ଯାଇଥିଲେ । ହେଲେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଜିଦ ଧରିଥିଲେ । ପରେ ଗ୍ରାମବାସୀ ପୋଲିଂ କର୍ମଚାରୀଙ୍କୁ ଫେରାଇ ଦେଇଥିଲେ ।

Panchayat Poll: ଭୋଟ ବର୍ଜନ କଲେ ଦୁଣ୍ଡା ଗ୍ରାମବାସୀ, ଫେରିଲେ ପୋଲିଂ ଅଧିକାରୀ

ଏହାପୂର୍ବରୁ ମଧ୍ୟ ରାସ୍ତା ନିର୍ମାଣ ଓ ପାନୀୟ ଜଳ ସୁବିଧା ନହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ପରେ ଦୁଣ୍ଡା ଗ୍ରାମକୁ ଯିବେ ଓ ଗ୍ରାମବାସୀଙ୍କ ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ମନ୍ତ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ । ଏପଟେ ମନ୍ତ୍ରୀ ଆସିବେ ବୋଲି ଗ୍ରାମବାସୀ ମଧ୍ୟ ଚାହିଁ ବସିଥିଲେ । ହେଲେ ମନ୍ତ୍ରୀ ନଯାଇ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ପଠାଇ ଦେଇଥିଲେ । ଜିଲ୍ଲା ପରିଷଦ ପ୍ରାର୍ଥୀ ସେଠାକୁ ଯାଇଥିଲେ ଆଉ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଫେରି ଆସିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details