ଓଡିଶା

odisha

ETV Bharat / state

କୋଭିଡ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ହେଲା ଘୋଷଯାତ୍ରା - Corona Restriction

ବିନା ଭକ୍ତରେ ହେଲା ରଥଯାତ୍ରା । ସରକାରଙ୍କ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ସେବାୟତ ମାନଙ୍କ ଦ୍ବାରା ପାଳିତ ହେଲା ରଥଯାତ୍ରା । ଅଧିକ ପଢନ୍ତୁ...

କୋଭିଡ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ହେଲା ଘୋଷ ଯାତ୍ରା
କୋଭିଡ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ହେଲା ଘୋଷ ଯାତ୍ରା

By

Published : Jul 13, 2021, 7:29 AM IST

କଳାହାଣ୍ଡି:କୋରୋନା କଟକଣା ମଧ୍ୟରେ ଏଥର ମଧ୍ୟ ବିନା ଭକ୍ତ ଓ ବିନା ରଥରେ ମନ୍ଦିର ମଧ୍ୟରେ ପାଳିତ ହୋଇଛି ରଥଯାତ୍ରା ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ଜଗନ୍ନାଥ ମନ୍ଦିରରେ ଯାତ୍ରା ପାଳିତ ହୋଇଥିବା ବେଳେ ଭକ୍ତ ଶୂନ୍ୟ ମନ୍ଦିରରେ ସମସ୍ତ ନୀତିକାନ୍ତି ପାଳିତ ହୋଇଛି । କୋଭିଡ କଟକଣା ଯୋଗୁଁ ମନ୍ଦିରର ୫ ଶହ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଫଳରେ ଭକ୍ତ ଶୂନ୍ୟ ହୋଇଛି ଲୀଳାମୟଙ୍କ ରଥଯାତ୍ରା ।

କୋଭିଡ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ହେଲା ଘୋଷ ଯାତ୍ରା
ଶ୍ରୀମସ୍ତକରେ ଟାହିଆ ସୁଶୋଭିତ ଘଣ୍ଟଘଣ୍ଟା, କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡି ପହଣ୍ଡିରେ ଆସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି । କିନ୍ତୁ ଏଥର ଭାଇ ଭଉଣୀଙ୍କ ମନରେ ନାହିଁ ସେହି ଉଲ୍ଲାସ । କାରଣ ସାମ୍ନାରେ ନାହିଁ ପ୍ରିୟ ଭକ୍ତ । ରଥାରୂଢ଼ ବିଶ୍ଵନିୟନ୍ତାଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ ପାଇଁ କୃତ୍ୟ କୃତ୍ୟ ହୁଏ ଭକ୍ତ ।ଘଣ୍ଟଘଣ୍ଟା, ପାରମ୍ପରିକ ବାଦ୍ୟଯନ୍ତ୍ର, ହରିବୋଲ ହୁଲହୁଳିରେ ପ୍ରକମ୍ପିତ ହୁଏ ପରିବେଶ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଭକ୍ତ ଶୂନ୍ୟ ହୋଇଛି ଚଳିତ ବର୍ଷର ଘୋଷଯାତ୍ରା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details