ଓଡିଶା

odisha

ETV Bharat / state

କଟକଣା ଯୋଗୁଁ ଭବାନୀପାଟଣାରେ ଭକ୍ତିଶୂନ୍ୟ ବାହୁଡ଼ା ଯାତ୍ରା - ଭବାନୀପାଟଣାରେ ବାହୁଡ଼ା ଯାତ୍ରା

କୋରୋନା କଟକଣା ମଧ୍ୟରେ ଏଥର ମଧ୍ୟ ବିନା ଭକ୍ତ ଓ ବିନା ରଥରେ ମନ୍ଦିର ମଧ୍ୟରେ ପାଳିତ ହୋଇଛି ବାହୁଡା ଯାତ୍ରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ବାହୁଡା ଯାତ୍ରା ପାଳିତ ହୋଇଛି । ଅଧିକ ପଢ଼ନ୍ତୁ...

କଟକଣା ଯୋଗୁଁ ଭବାନୀପାଟଣାରେ ଭକ୍ତିଶୂନ୍ୟ ବାହୁଡ଼ା ଯାତ୍ରା
କଟକଣା ଯୋଗୁଁ ଭବାନୀପାଟଣାରେ ଭକ୍ତିଶୂନ୍ୟ ବାହୁଡ଼ା ଯାତ୍ରା

By

Published : Jul 20, 2021, 9:19 PM IST

ଭବାନୀପାଟଣା: କୋରୋନା କଟକଣା ମଧ୍ୟରେ ଏଥର ମଧ୍ୟ ବିନା ଭକ୍ତ ଓ ବିନା ରଥରେ ମନ୍ଦିର ମଧ୍ୟରେ ପାଳିତ ହୋଇଛି ବାହୁଡା ଯାତ୍ରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ବାହୁଡା ଯାତ୍ରା ପାଳିତ ହୋଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ମନ୍ଦିରରେ କେବଳ ବାହୁଡ଼ା ନୀତିକାନ୍ତି ହୋଇଛି । କୋଭିଡ କଟକଣା ଯୋଗୁଁ ମନ୍ଦିରରୁ ୫୦୦ ସହ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ।

କଟକଣା ଯୋଗୁଁ ଭବାନୀପାଟଣାରେ ଭକ୍ତିଶୂନ୍ୟ ବାହୁଡ଼ା ଯାତ୍ରା
ମହାମାରୀ କୋରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ରତ୍ନବେଦୀକୁ ବିଜେ କରିଛନ୍ତି। ଏଥିରେ କେବଳ ସେବାୟତ ଓ ସୁରକ୍ଷାକର୍ମୀ ଯୋଗ ଦେଇଥିଲେ । କୋଭିଡ ସଂକ୍ରମଣ ଯୋଗୁଁ ଭବାନୀପାଟଣା ଜଗନ୍ନାଥ ମନ୍ଦିରରେ ନାଁ ଭକ୍ତ ଅଛନ୍ତି ନାଁ ସେହି କୋଳାହଳ ଅଛି । ହର୍ଷ ଉଲ୍ଲାସର ଏହି ପର୍ବକୁ ମଧ୍ୟ ମହାମାରୀ କୋରୋନା ସତେ ଯେମିତି ଗ୍ରାସ କରି ନେଉଥିବା ମନେ ହେଉଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details