ଓଡିଶା

odisha

By

Published : Dec 31, 2019, 9:50 AM IST

Updated : Dec 31, 2019, 5:20 PM IST

ETV Bharat / state

ଭିଜିଲାନ୍ସ ଜାଲରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ଅଧିକ ଖବର ପଢନ୍ତୁ...

vigilance-team
ଭିଜିଲାନ୍ସ ଜାଲରେରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣି

କଳାହାଣ୍ଡି: ଆକ୍ସନ ମୁଡରେ ଭିଜିଲାନ୍ସ ଟିମ୍ । ଗତକାଲି 4ରୁ ଊର୍ଦ୍ଧ୍ବ ସ୍ଥାନରେ ଚଢାଉ କରିବା ପରେ ଆଜି ପୁଣି ଭିଜିଲାନ୍ସ ଜାଲରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଛନ୍ଦି ହୋଇଯାଇଛନ୍ତି। ସେ ହେଉଛନ୍ତି ହର ପ୍ରସାଦ ଆଚାର୍ଯ୍ୟ । ତାଙ୍କ ବିରୋଧରେ ଆୟ ର୍ବହିଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି । ଭବାନୀପାଟଣାସ୍ଥିତ ରାମନଗର ପଡା,ମନ୍ଦାରବଗିଚା ପଡା ସମେତ 2 ରୁ 3ଟି କାର୍ଯ୍ୟାଳୟରେ ଏହି ଚଢାଉ ଜାରି ରହିଛି।

ଭିଜିଲାନ୍ସ ଜାଲରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ

ରାମନଗରପଡା ଠାରେ ତିନି ମହଲା ବିଶିଷ୍ଟ କୋଠା ରହିଛି। ବର୍ତ୍ତମାନ ପରିସ୍ଥିତିରେ ଚଢାଉ ପ୍ରାଥମିକ ସ୍ତରରେ ରହିଥିଲେ ହେଁ ଆନୁମାନିକ ସମ୍ପତି କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି।

ଗତକାଲି ଭିଜିଲାନ୍ସ ଟିମର କୋଟିପତି ଜୁନାଗଡ ରେଞ୍ଜରଙ୍କ ଘର ଉପରେ ଚଢାଉ କରିଥିବାବେଳେ ମଙ୍ଗଳବାର ଡିଆରଡିଏ ମୁଖ୍ୟ କିରାଣୀଙ୍କ ଉପରେ ଚଢାଉ ଫଳରେ ଲାଞ୍ଚୁଆ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି ।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

Last Updated : Dec 31, 2019, 5:20 PM IST

ABOUT THE AUTHOR

...view details