ଓଡିଶା

odisha

ETV Bharat / state

ଭବାନୀପାଟଣାରେ ଏମିତି ବିକାଶ ! ରାସ୍ତାରେ ମାସ ମାସ ଧରି ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି - ଭବାନୀପାଟଣା ବର୍ଷା ପାଣି ଅସିବିଧା

ପାଣିରେ ଭାସୁଛି ରାସ୍ତା, ପୁଣି ନର୍ଦ୍ଦମା ପାଣି ପଶୁଛି ଘର ଭିତରେ । କେବଳ ସେତିକି ନୁହେଁ ଅବସ୍ଥା ଏତେ ଶୋଚନୀୟ ହୋଇଛି ଯେ, ଘରେ କି ବାହାରେ ରହି ହେଉନାହିଁ । ଡ୍ରେନ ପାଣି ମାସ ମାସ ଧରି ଜମି ରହୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବି ବଢିଛି । ଅଧିକ ପଢନ୍ତୁ...

କ୍ଲିନ, ଗ୍ରୀନ ସହର ଭବାନୀପାଟଣାରେ ଘରେ ପଶୁଛି ଡ୍ରେନ ପାଣି
କ୍ଲିନ, ଗ୍ରୀନ ସହର ଭବାନୀପାଟଣାରେ ଘରେ ପଶୁଛି ଡ୍ରେନ ପାଣି

By

Published : Jul 29, 2021, 7:34 AM IST

ଭବାନୀପାଟଣା: ପାଣିରେ ଭାସୁଛି ରାସ୍ତା, ପୁଣି ନର୍ଦ୍ଦମା ପାଣି ପଶୁଛି ଘର ଭିତରେ । କେବଳ ସେତିକି ନୁହେଁ ଅବସ୍ଥା ଏତେ ଶୋଚନୀୟ ହୋଇଛି ଯେ, ଘରେ କି ବାହାରେ ରହି ହେଉନାହିଁ । ଡ୍ରେନ ପାଣି ମାସ ମାସ ଧରି ଜମି ରହୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବି ବଢିଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦୃଶ୍ୟ ନକହିବା ଭଲ । ଡ୍ରେନ ପାଣିରେ ରାସ୍ତାରେ ଆଣ୍ଠୁଏ ପାଣି । ଏ ଅବସ୍ଥା ଆଜିର ନୁହେଁ, ଗତ କେଇ ମାସ ହେବ ଏମିତି ଅବସ୍ଥାରେ ଅଛନ୍ତି ଭବାନୀପାଟଣା ପୌରାଞ୍ଚଳବାସୀ । ୨୦୨୦-୨୧ ଆର୍ଥିକ ବର୍ଷରେ ୧ କୋଟି ୭୮ ଲକ୍ଷ ୪୫ ହଜାର ଟଙ୍କାର ବ୍ୟୟ ଅଟକଳରେ ସହରର ଉନ୍ନୟନମୂଳକ କାମ ସବୁ ତ୍ୱରାନ୍ୱିତ କାରାଯାଉଥିବା ବେଳେ ମୁଣ୍ଡ ଉପରେ ଏବେ ବର୍ଷାଋତୁ ।

କ୍ଲିନ, ଗ୍ରୀନ ସହର ଭବାନୀପାଟଣାରେ ଘରେ ପଶୁଛି ଡ୍ରେନ ପାଣି

ଆଗାମୀ ଦିନରେ ଏଭଳି ବର୍ଷା ସମୟରେ ମୁଖ୍ୟତଃ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ବର୍ତ୍ତମାନ ପାଇଁ ପୌରସଂସ୍ଥା ଓ ପୂର୍ତ୍ତ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଯେହେତୁ ୨୦ ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରର ମୁଖ୍ୟତଃ ୪୦ ଗୋଟି ଜାଗାରେ ଡ୍ରେନେଜ ସମସ୍ୟା ଥିବା ସର୍ଭେରୁ ଜଣାପଡିଥିବା ବେଳେ ଏହାର ସମାଧାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏସବୁ ଭିତରେ କିନ୍ତୁ ଅଳ୍ପ ବର୍ଷା ହେଲେ ସହର ବାସୀଙ୍କ ଦୁଖ ଅହେତୁକ ଭାବେ ବଢିଯାଏ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details