ଓଡିଶା

odisha

ETV Bharat / state

କୋରୋନା ନିୟନ୍ତ୍ରଣ ପଦକ୍ଷେପ, ଭବାନୀପାଟଣାରେ ଡୋର ଟୁ ଡୋର ସର୍ଭେ - door-to-door covid survey in Bhawanipatna

କଳାହାଣ୍ଡିରେ ୧୯୯୦ ଛୁଇଁଲା ଆକ୍ରନ୍ତ ସଂଖ୍ୟା। ଏଥିପାଇଁ ସ୍ବାସ୍ଥ୍ୟ କର୍ମୀ ଘରକୁ ଘର ଯାଇ ସର୍ଭେ କରୁଛନ୍ତି । ଅଧିକ ପଢନ୍ତୁ..

କୋରୋନା ନିୟନ୍ତ୍ର ପଦକ୍ଷେପ, ଭବାନୀପାଟଣାରେ ଡୋର ଟୁ ଡୋର ସର୍ଭେ
କୋରୋନା ନିୟନ୍ତ୍ର ପଦକ୍ଷେପ, ଭବାନୀପାଟଣାରେ ଡୋର ଟୁ ଡୋର ସର୍ଭେ

By

Published : Sep 12, 2020, 6:25 PM IST

ଭବାନୀପାଟଣା: କଳାହାଣ୍ଡିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୦କୁ ଛୁଇଁଛି । ଏଥିପାଇଁ ଶନିବାର ଠାରୁ ଦୁଇ ଦିନ ଧରି ଭବାନୀପାଟଣା ସହରରେ କୋରୋନା ସର୍ଭେ ସହ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସ୍ୱାବ ସଂଗ୍ରହ ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି ।

ଦୁଇଦିନ ମଧ୍ୟରେ ସହରର ପ୍ରତ୍ୟେକ ଘରକୁ ସ୍ବାସ୍ଥ୍ୟ କର୍ମୀମାନେ ଯାଇ ସର୍ଭେ କରି ଲକ୍ଷଣ ଗତ ପରୀକ୍ଷା କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦ଟି ଟିମ ଗଠନ କରାଯାଇ ସହରର 10ଟି ସ୍କୁଲରେ କୋଭିଡ ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି ।

କଳାହାଣ୍ଡିରେ ୧୯୯୦ ଛୁଇଁଲା ଆକ୍ରନ୍ତ ସଂଖ୍ୟା

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୦ରେ ପହଞ୍ଚିଥିବାବେଳେ ୧୨୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮୪ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details