ଓଡିଶା

odisha

ETV Bharat / state

ଧାନକିଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ପ୍ରଶାସନର ବୈଠକ - district administration meeting

ଧାନ କିଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନର ବୈଠକ । ବୈଠକରେ ସାମିଲ ହେଲ ବିଭାଗୀୟ ଅଧିକାରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ...

district administration meeting in kalahandi for paddy collection process
ଧାନକିଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ପ୍ରଶାସନର ବୈଠକ

By

Published : Jan 11, 2021, 9:16 PM IST

ଭବାନୀପାଟଣା: ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ କିଭଳି ଭାବରେ ତ୍ବରାନିତ୍ବ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ରାଇସ ମିଲରର୍ସ,ସମସ୍ତ ମଣ୍ଡି ଅଧିକାରୀ,ସମସ୍ତ ପ୍ୟାକ୍ସ ଅଧିକାରୀ,ଯୋଗାଣ ବିଭାଗ ଅଧିକାରୀ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଧାନକିଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ପ୍ରଶାସନର ବୈଠକ

ଜିଲ୍ଲାରେ ୨୧୦ ଧାନ ମଣ୍ଡିରେ ଧାନ ସଂଗ୍ରହ ଚାଲିଥିବାବେଳେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୪୦ ଲକ୍ଷ ୫୯ ହଜାର ୧୨୦ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରଖାଯାଇଛି । ସେହିପରି ଆଜି ସୁଦ୍ଧା ୩୫ ଲକ୍ଷ ୫୪ ହଜାର ୮୩୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଜିଲ୍ଲାରେ ଦୈନିକ ୧ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଥିବା ବେଳେ ଆସନ୍ତା ୫ ଦିନ ମଧ୍ୟରେ ସମସ୍ତ ମଣ୍ଡିରୁ କିଭଳି ଭାବରେ ପଡି ରହିଥିବା ଧାନ କୁ ଉଠାଯିବ ସେ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details