ଓଡିଶା

odisha

ETV Bharat / state

Bharat Bandh: କଳହାଣ୍ଡିରେ ଭାରତ ବନ୍ଦର ପ୍ରଭାବ - କଳହାଣ୍ଡିରେ ଭାରତ ବନ୍ଦର ପ୍ରଭାବ

ଭାରତର ଏକତା ଏବଂ ଅଖଣ୍ତତାକୁ ବିପଦରେ ପକାଉଥିବା ଶକ୍ତି ବିରୋଧରେ ଆଜି(ଶନିବାର) ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ କଳହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Bharat Bandh: କଳହାଣ୍ଡିରେ ଭାରତ ବନ୍ଦର ପ୍ରଭାବ
Bharat Bandh: କଳହାଣ୍ଡିରେ ଭାରତ ବନ୍ଦର ପ୍ରଭାବ

By

Published : Jun 25, 2022, 2:41 PM IST

ଭବାନୀପାଟଣା:ଭାରତର ଏକତା ଏବଂ ଅଖଣ୍ତତାକୁ ବିପଦରେ ପକାଉଥିବା ଶକ୍ତି ବିରୋଧରେ ଆଜି(ଶନିବାର) ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚାର ଆହ୍ଵାନ କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଛି ।

Bharat Bandh: କଳହାଣ୍ଡିରେ ଭାରତ ବନ୍ଦର ପ୍ରଭାବ

ଦେଶରେ ଆରଏସଏସ ଏବଂ ବିଜେପି ଦ୍ବାରା ଯେଉଁ ଢ଼ଙ୍ଗରେ ଜ୍ଞାନବ୍ୟାପି ପ୍ରସଙ୍ଗକୁ ଉପସ୍ଥାପିତ କରାଗଲା, ଅଯୋଧ୍ୟା ପରେ ମଥୁରା ପ୍ରସଙ୍ଗ ଉଠାଗଲା ଏବଂ ବିଜେପିର ନିର୍ଦ୍ଦେଶରେ ନୂପୁର ଶର୍ମାଙ୍କ ଅପମାନ ଜନକ ଟିପ୍ପଣୀ ଦେଇଥିବା ବିଷୟକୁ ନେଇ ଭାରତ ବନ୍ଦର ଡାକରା ଦେଇଥିବା କଥା କହିଛନ୍ତି ଆନ୍ଦୋଳନକାରୀ।

ଏହାର ପ୍ରଭାବରେ ଆନ୍ଦୋଳନକାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ବରଗଡ଼ ବୋରିଗୁମା ଜାତୀୟ ରାଜପଥ ୨୬କୁ କୁଟୁରୁଖମାର ନିକଟରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ। ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details