ଭବାନୀପଟଣା: ଖଣି ପାଇଁ ସାଂଗଠନିକ ଛକାପଞ୍ଝା । ବେଦାନ୍ତ ଆଲୁମିନାକୁ ଖଣି ଦେବା ପାଇଁ ସରକାରଙ୍କୁ କଳାହାଣ୍ଡି ସାଇନିଂ କମିଟି ଦାବି କରୁଥିବା ବେଳେ ଏହାକୁ ନେଇ ଆଦିବାସୀ ସଂଗଠନ ବିକ୍ଷୋଭ କରିଛନ୍ତି । ନଦୀ ନାଳ ଝରଣାକୁ ନେଇ ପରିଚିତ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟକମ୍ପାନୀ ବେଦାନ୍ତ । ଆଦିବାସୀ ଆଞ୍ଚଳରେ କମ୍ପାନୀ ପ୍ରତିଷ୍ଠା ହେଲେ ଜିଲ୍ଲାର ଉନ୍ନତି ହେବ ବୋଲି ଆନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାର ଉନ୍ନତି ପାଇଁ ବେଦାନ୍ତକୁ ଖଣି ଖନନ ପାଇଁ ଅନୁମତି ପ୍ରଦାନ ଦାବିରେ ଆଜି କଳାହାଣ୍ଡି ଜିଲ୍ଲାରେ ସାଇନିଂ କଳାହାଣ୍ଡି ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଯେଉଁଥିରେ ବେଦାନ୍ତ କମ୍ପାନୀକୁ ଖଣିଲିଜ୍ର ଦାବି ଉପସ୍ଥାପନ କରିଛି ।
ମାତ୍ର ଏହି ଦାବିକୁ ବିରୋଧ କରିଛି ବଭିନ୍ନ ଆଦିବାସୀ ସଂଗଠନ । ଖଣି ଖନନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭାରେ ସରକାର ଓ ସାଇନଂ କମିଟି ଉପରେ ବର୍ଷିଛନ୍ତି ଆଦିବାସୀ । ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦ କହିଛନ୍ତି, "ପୂର୍ବରୁ ବେଦାନ୍ତର ଲୋଲୁପ ଦୃଷ୍ଟି ନିୟମଗିରି ଉପର ପଡିଥିଲା । ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅନୁମତି ପ୍ରଦାନ କରିନଥିଲେ । ଖଣି ଖନନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସାଇନିଂ କମିଟି ବିକାଶ ନାଁରେ ଜିଲ୍ଲାର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ବସିଛନ୍ତି । ଯାହାଙ୍କୁ ସରକାର ସହଯୋଗ କରୁଛନ୍ତି ।"