ଭବାନୀପାଟଣା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ପ୍ରଚାର ମଧ୍ୟ ସେତିକି ତୀବ୍ର ହେଉଛି । ପୌର ଗଡ଼ ଦଖଲ ଲକ୍ଷ୍ୟରେ ଲାଗିପଡିଛନ୍ତି ନେତା ଓ ପ୍ରାର୍ଥୀ । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ଅନେକ ପ୍ରତିଶୃତି । ଏହି ପରିପ୍ରେକ୍ଷୀରେ ଆଜି(ରବିବାର) ଭବାନୀପାଟଣାରେ ବିଜେଡିର ନିର୍ବାଚନୀ ବୈଠକରେ ପ୍ରଚାରର ମଙ୍ଗ ଧରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ।
ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଲେ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର - ମ୍ୟୁନିସିପାଲ ନିର୍ବାଚନ ଖବର
କଳାହାଣ୍ଡିରେ ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଲେ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । NAC କୁ ମଡେଲରେ ପରିଣତ କରିବା ପାଇଁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ
ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ସହରର ଗାନ୍ଧୀ ଛକ ଠାରେ ପବ୍ଲିକ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ବିଧାୟକ ଅନାମ ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସମେତ ଅନେକ ନେତା ଓ କର୍ମୀ ସାମିଲ ଥିଲେ । ବୈଠକରେ ଅନେକ ମହିଳା ସଂଗଠନର କର୍ମକର୍ତ୍ତା ଓ ଜନ ସାଧାରଣ ମଧ୍ୟ ସାମିଲ ହୋଇଥିଲେ ।
୨୦ ଟି ୱାର୍ଡ ବିଶିଷ୍ଟ ଭବାନୀପାଟଣା ପୌର ପରିଷଦ ଦଖଲ କରିବା ନେଇ ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା ଓ ଭବାନୀପାଟଣାକୁ ମଡେଲ ସହର ଭାବରେ ପରିଗଣିତ କରିବା ପ୍ରତିଶ୍ରୁତି ନେଇ ବିଜେଡିର ଏହି ବିଶାଳ ବୈଠକ ଅନୁଷ୍ଠିତ ହୋଇଥିଲା ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ