ଓଡିଶା

odisha

ଡାଇରିଆରେ ପୁଣି ୩ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

By

Published : Sep 5, 2022, 6:53 PM IST

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି ରୋଗ । ଏହି ରୋଗ ବ୍ୟାପୁଥିବା ବେଳେ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

ଡାଇରିଆରେ ପୁଣି ୩ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଡାଇରିଆରେ ପୁଣି ୩ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଭବାନୀପାଟଣା:ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଅଞ୍ଚଳ ଥୁଆମୂଳ ରାମପୁରରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି ରୋଗ । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ମାଡି଼ ଚାଲିଛି ଡାଇରିଆ । ଯାହା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଥିବାବେଳେ, ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଗାଁରେ ଡାଇରିଆ ଆତଙ୍କ ଦେଖାଦେଇଛି । ବ୍ଲକର ବଡ଼ ଛତ୍ରଙ୍ଗ ଗାଁରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ଡାଇରିଆରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଆଶାୟୀ ମାଝୀ । ସେହିପରି ବଲଙ୍ଗୀ ଗାଁରେ ମଧ୍ୟ ଡାଇରିଆରେ ରଏବାରି ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁପଡା ଗାଁର ସୁନାଙ୍ଗ ମାଝୀ ଙ୍କର ମଧ୍ୟ ଡାଇରିଆରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଡାଇରିଆରେ ପୁଣି ୩ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଏହା ବି ପଢନ୍ତୁ- ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ, ପୁଣି ୨ ଜଣଙ୍କ ମୃତ୍ୟୁ

ସେପେଟ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୦ରୁ ଊର୍ଦ୍ଧ୍ବ ଗୁରୁତର ଆକ୍ରାନ୍ତ ମାନଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ, ଗାଁ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ଚିକିତ୍ସାସେବା ଯୋଗାଇଛି । ତେବେ କେଉଁ କାରଣରୁ ଗାଁ ମାନଙ୍କରେ ଡାଇରିଆ ବ୍ୟାପିବାରେ ଲାଗିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ସେପଟେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।

ଆଜି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ରଞ୍ଜନ ମିତ୍ର କେନ୍ଦୁପଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡ଼ିକାଲ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସ୍ବାସ୍ଥ୍ୟ ବିଭାଗ ସହ ମଧ୍ୟ ଆଲୋଚନା କରି ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହାସହ ଲାଞ୍ଜିଗଡ଼ ବିଧାୟକ ମଧ୍ୟ କେନ୍ଦୁପଡା, ବଡ଼ ଛତ୍ରଙ୍ଗ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ତେବେ ସୂଚନା ଥାଉ କି ଗତ ୪ ଦିନ ହେଲା ଗ୍ରାମରେ ଡାଇରିଆ ଆତଙ୍କ ଦେଖା ଦେଇଛି । ପୂର୍ବରୁ ରାମପୁର ବ୍ଳକରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଗ୍ରାମରେ ମେଡ଼ିକାଲ ଟିମ ପହଞ୍ଚି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାସହ ଗୁରୁତର ୪ ଜଣଙ୍କୁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details