ଓଡିଶା

odisha

ETV Bharat / state

ନୂଆପଡା ଗାଁରେ ଡରାଉଛି ଡାଇରିଆ, ପୁଣି ଜଣେ ମୃତ - ପୁଣି ଜଣେ ଆକ୍ରାନ୍ତଙ୍କ ଦେହାନ୍ତ

କଳାହାଣ୍ଡିରେ ଥମୁନି ଡ଼ାଇରିଆ ଆତଙ୍କ(Diarrhea outbreak in Kalahandi) । ନୂଆପଡା ଗାଁର ଅନେକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ନୂଆପଡା ଗାଁରେ ଡରାଉଛି ଡାଇରିଆ
ନୂଆପଡା ଗାଁରେ ଡରାଉଛି ଡାଇରିଆ

By

Published : Oct 13, 2022, 7:55 AM IST

ଭବାନୀପାଟଣା:ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଥମୁନି ଡ଼ାଇରିଆ ଆତଙ୍କ (Diarrhea outbreak in Kalahandi) । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ପୁଣି ଜଣେ ଆକ୍ରାନ୍ତଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ମୃତକ ହେଲେ ନୂଆପଡା ଗାଁର କଇବତୀ ପାତ୍ର ।

ନୂଆପଡା ଗାଁରେ ଡରାଉଛି ଡାଇରିଆ
ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ଅନେକଙ୍କ ଜୀବନ ଯାଇଥିବା ବେଳେ ଏହା ଏବେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଦାର କାରଣ ପାଲଟିଛି। ସୂଚନା ଅନୁଯାୟୀ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ମୁଣ୍ଡ ନେବାରେ ଲାଗିଛି ଡାଇରିଆ । ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ନୂଆପଡା ଗାଁରେ ଗତ 4 ଦିନ ହେଲା ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ଫଳରେ ଗାଁର ୩ ଜଣ ଝାଡ଼ାବାନ୍ତି ମୃତ୍ୟୁବରଣ କରିଥିବା ବେଳେ ବୁଧବାର ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ ଅନେକ ଆକ୍ରାନ୍ତ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧର୍ମ ମାସରେ ଅଧର୍ମ, ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ ଓ ଦୁର୍ବ୍ୟବହାର !

ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ସେପଟେ ଗାଁରେ କେଉଁ କାରଣରୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଗାଁରେ ଥିବା ୬ଟି ନଳକୂପରୁରୁ ନମୂନା ସଂଗ୍ରହ କରିଛି ସ୍ବାସ୍ଥ୍ୟ ବିଭାଗ । ତେବେ ବୁଧବାର ପୁଣି ଜଣେ ମହିଳାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ମୃତ ମହିଳା ଜଣଙ୍କ ହେଲେ ନୂଆପଡା ଗାଁର କଇବତୀ ପାତ୍ର ବୋଲି ଜଣାପଡିଛି । ସେ ଗତ ୨ ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଅନୁସାରେ, ଜିଲ୍ଲାରେ ଦିନକୁ ଦିନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଏବେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ମୁଣ୍ଡ ନେବାରେ ଲାଗିଛି ଡାଇରିଆ । ଡାଇରିଆରେ ଆକ୍ରାନ୍ତ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିନି ମୃତକ ହେଉଛନ୍ତି ଜୟପାଟଣା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ସୁମାନ କୋଚିଆ, କୈବର୍ତ ପାତ୍ର ଓ ଜଗନ୍ନାଥ ବାଣୁଆ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details