ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଥମୁନି ଡାଇରିଆ, ନୂଆପଡା ଗ୍ରାମରେ ୩ଜଣଙ୍କ ମୃତ୍ୟୁ - ନୂଆପଡା ଗ୍ରାମରେ ୩ଜଣଙ୍କ ମୃତ୍ୟୁ

କଳାହାଣ୍ଡିରେ ଥମୁନି ଡ଼ାଇରିଆ ଆତଙ୍କ । ନୂଆପଡା ଗ୍ରାମରେ ୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କଳାହାଣ୍ଡିରେ ଥମୁନି ଡାଇରିଆ
କଳାହାଣ୍ଡିରେ ଥମୁନି ଡାଇରିଆ

By

Published : Oct 11, 2022, 6:54 PM IST

ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଥମୁନି ଡ଼ାଇରିଆ ଆତଙ୍କ । ଜିଲ୍ଲାରେ ଦିନକୁ ଦିନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟ ହୋଇଥିବା ବେଳେ ଏହା ଏବେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ମୁଣ୍ଡ ନେବାରେ ଲାଗିଛି ଡାଇରିଆ । ଡାଇରିଆରେ ଆକ୍ରାନ୍ତ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିନି ମୃତକ ହେଉଛନ୍ତି ଜୟପାଟଣା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ସୁମାନ କୋଚିଆ, କୈବର୍ତ ପାତ୍ର ଓ ଜଗନ୍ନାଥ ବାଣୁଆ ।

କଳାହାଣ୍ଡିରେ ଥମୁନି ଡାଇରିଆ

ସୂଚନା ଅନୁଯାୟୀ, ନୂଆପଡା ଗ୍ରାମରେ ଗତ 4 ଦିନ ହେଲା ଝାଡ଼ାବାନ୍ତିରେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତ । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଆକ୍ରାନ୍ତ ବ୍ୟକ୍ତି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ସେହିପରି ଡାଇରିଆରେ ଆକ୍ରାନ୍ତ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ନାଚୁ ନାଚୁ ମଞ୍ଚ ତଳକୁ ଖସି ପଡିଲେ ନର୍ତ୍ତକୀ, ଭିଡ଼ିଓ ଭାଇରଲ

''ସେପଟେ ଗାଁରେ କେଉଁ କାରଣରୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ନୂଆପଡାରେ ଥିବା ୬ ଟି ନଳକୂପରୁ ନମୁନା ସଂଗ୍ରହ କରାଯାଇଥିବା କହିଛନ୍ତି ଜୟପାଟଣା ମେଡ଼ିକାଲ ଅଫିସର ।'' ଗ୍ରାମରେ ଡାଇରିଆ ଆତଙ୍କ ଦେଖାଦେବା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ । ଗାଁକୁ ଯାଇ ଗ୍ରାମବାସୀ ଓ ମେଡ଼ିକାଲ ଟିମ ସହ ଆଲୋଚନା ମଧ୍ୟ ଆଲୋଚନା କରିଛନ୍ତି ।

ଗତ ସେପ୍ଟେମ୍ବର ୨୬ ତାରିଖରେ ଥୁଆମୂଳ ରାମପୁର ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ମଧ୍ୟ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । କଲମପୁର ବ୍ଲକ ଅନ୍ତର୍ଗତ ଭାଲୁବୁଡ୍ରା ଗାଁରେ ମଧ୍ୟ ପୂର୍ବରୁ ୩୦ ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ସଚେତନତା ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ଆଣି ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିଲା ।

କଳାହାଣ୍ଡି ଜିଲ୍ଲାରେ ଗତ ମାସେ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details