ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ । ପଞ୍ଚାୟତରୁ ପଞ୍ଚାୟତ ଗାଁକୁ ଗାଁ ଡାଇରିଆ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏବେ ଜିଲ୍ଲାର ଜୟନ୍ତପୁର ଗାଁରେ ଡାଇରିଆରେ 5ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି ।
ଜିଲ୍ଲାରେ ଗତ ଗୋଟିଏ ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଜୟନ୍ତାପୁର ଗାଁରେ ଡାଇରିଆ ବ୍ୟାପିଥିବା ଜଣାପଡିଛି ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁରେ ୫ରୁ ଉର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଧର୍ମଗଡ଼ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହା ବି ପଢନ୍ତୁ...କଳାହାଣ୍ଡିରେ ଥମୁନି ଡାଇରିଆ, ପୁଣି 2 ଜଣଙ୍କ ମୃତ୍ୟୁ