ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ ଦେଖା ଦେଇଛି । ତେବେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବାଲାପଦର ଓ ସେମେଳପଦର ଗାଁରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଉଭୟ ଗାଁରେ ୧୦ ଉର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ବାଲାପଦର ଗାଁରେ ଡାଇରିଆ ରେ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ଏନେଇ ମୃତକ ଜଣକ ନିରନ ମାଝୀ ବୋଲି ଜଣାପଡିଛି । ଏନେଇ ଖବର ପାଇ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବା ବେଳେ ସେମେଲ ପଦର ଗାଁର ବେଣୁଧର ମାଝୀ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବିଶ୍ୱନାଥ ପୁର ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି ।
ଡାଇରିଆ ଆତଙ୍କ, ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଏହା ବି ପଢନ୍ତୁ-ଡାଇରିଆ ଆତଙ୍କ, ତିର୍ଲିଆମ ଗାଁରେ ପହଞ୍ଚି ସମସ୍ୟା ବୁଝିଲା ପ୍ରଶାସନ
ସୂଚନା ଅନୁସାରେ,ଉଭୟ ଗାଁରେ ଥିବା ନଳକୂପରୁ ପାଣି ର ନମୁନା ସଂଗ୍ରହ କରାଯାଇଥିବା ବେଳେ ବାଳାପଦର ଗାଁରେ ଫୁଟ ପଇଜନ ହୋଇଥିବା କହିଛନ୍ତି ବିଶ୍ଵନାଥପୁର ମେଡ଼ିକାଲ ଅଧିକାରୀ ନିହାର ସାହୁ।ସେପଟେ ଗତ ସାତ ଦିନ ତଳେ କଳାହାଣ୍ଡି ଆମପାଣି ପଞ୍ଚାୟତର ତିର୍ଲିଆମ ଗାଁରେ ଡାଇରିଆ ଆତଙ୍କ ଦେଖା ଦେଇଥିଲା । ଗ୍ରାମରେ ଝାଡବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁକୁ ଯାଇଥିଲେ । କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ । ଏହି ମେଡ଼ିକାଲ ଟିମ ଗାଁରେ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଥିଲେ । ତିର୍ଲିଆମ ଗାଁର ନୁନୋଇ ମାଝୀ, ଲଛମା ମାଝୀ, କମଳ ମାଝୀ, ରୁଦମା ମାଝୀ, ଦୁର୍ଯୋ ମାଝୀ ଓ ଜଣେ ୬ ବର୍ଷର ଶିଶୁ ବେବି ମାଝୀଙ୍କୁ ଚିକିତ୍ସା କରିଥିଲେ । ସେହିପରି ଗାଁର ନୁନୋଇ ମାଝୀ ଓ ବେବି ମାଝୀଙ୍କ ଅଧିକ ଚିକିତ୍ସା ନିମନ୍ତେ କୋକସରା ଡାକ୍ତରଖାନାକୁ ପଠାଇଥିଲେ ।
ସେପଟେ ବାଲାପଦର ଓ ସେମେଳପଦର ଗାଁରେ ଡାଇରିଆ ଆତଙ୍କ ଖବର ପାଇ ଗାଁରେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର ମିଶ୍ର ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିବାବେଳେ ଗାଁର ସ୍ଥିତି ଅନୁଧ୍ୟାନ କରିଥିଲେ । ସେମେଳପଦର ଗାଁକୁ ଯିବାକୁ ରାସ୍ତା ନ ଥିବା ବେଳେ ଗତକାଲି ଖଟିଆରେ ବୋହି ଡାଇରିଆ ରୋଗୀ ଙ୍କୁ ମେଡ଼ିକାଲ ରେ ପହଞ୍ଚାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁକୁ ରାସ୍ତା ଓ ନାଳରେ ପୋଲ ନ ଥିବା ନେଇ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, କଳାହାଣ୍ଡି