ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ଡାଇରିଆ ଆତଙ୍କ, ଜଣେ ମୃତ - ଲକ୍ଷ୍ମୀପୁର ଗାଁରେ ଡାଇରିଆ

କଳାହାଣ୍ଡିର କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ନିକଟସ୍ଥ ଲକ୍ଷ୍ମୀପୁର ଗାଁରେ ଡାଇରିଆ ଆତଙ୍କ ଦେଖାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Oct 3, 2019, 9:52 AM IST

କଳାହାଣ୍ଡି: ଜିଲ୍ଲାର କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ନିକଟସ୍ଥ ଲକ୍ଷ୍ମୀପୁର ଗାଁରେ ଡାଇରିଆ ଆତଙ୍କ ଦେଖାଯାଇଛି । ଏଥିରେ ଗ୍ରାମର ପ୍ରେମଶୀଲା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଡାଏମତି ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଗ୍ରାମର ପ୍ରାୟ 15 ଜଣ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ପାଇ ମେଡିକାଲ ଟିମ ଗ୍ରାମକୁ ଆସି ଚିକିତ୍ସା ଆରମ୍ଭ କରିଛି। ପୀଡିତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details