ଓଡିଶା

odisha

By

Published : Feb 20, 2022, 3:52 PM IST

ETV Bharat / state

Panchayat Poll: କଳାହାଣ୍ଡିରେ ୩ୟ ପର୍ଯ୍ୟାୟ ମତଦାନ, ବାଲାଟ ବକ୍ସରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ୩ୟ ପର୍ଯ୍ୟାୟ ନିର୍ବାଚନ । ବାଲାଟ ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଅଧିକ ପଢନ୍ତୁ

Panchayat Poll: ବାଲାଟ ବକ୍ସରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ
Panchayat Poll: ବାଲାଟ ବକ୍ସରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଲୋକେ ଭୋଟ ଦେଇଛନ୍ତି । ଏହାସହିତ ବାଲାଟ ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।

Panchayat Poll: ବାଲାଟ ବକ୍ସରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ

ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୯ଟି ଜୋନରେ ହୋଇଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ଧର୍ମଗଡ଼ ବ୍ଲକର ୨୮୪ଟି ବୁଥରେ ୯୧ ହଜାର ୩୧୮ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବାବେଳେ କୋକସରା ବ୍ଲକର ୨୬୨ ବୁଥରେ ୮୭ ହଜାର ୮୩୯ ଜଣ ଭୋଟର ଦେଇଛନ୍ତି ଭୋଟ । ସେହିଭଳି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ବ୍ଲକର ୨୮୭ ଟି ବୁଥରେ ୯୩ ହଜାର ୧୯୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି ।

ଏହି ୨ଟି ନିର୍ବାଚନ ମଣ୍ଡଳୀରେ ୫୫ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୧୦ ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଧର୍ମଗଡ଼ ବ୍ଲକର ୨୮୪ ଟି ବୁଥରେ ୯୦୨ ଜଣ ନିର୍ବାଚନୀ କର୍ମଚାରୀ ନିୟୋଜିତ ହୋଇଥିଲେ। ସେହିପରି କୋକସରା ବ୍ଲକରେ ୨୬୨ ଟି ବୁଥରେ ୮୨୮ ଜଣ କର୍ମଚାରୀ ଓ ଜୟପାଟଣା ବ୍ଲକରେ ୨୮୭ଟି ବୁଥରେ ୯୧୨ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୧ ଟାରେ ସରିବା ପରେ ଏଜେଣ୍ଟଙ୍କ ଉପସ୍ଥିତିରେ ଵାଲାଟ ବାକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details