ଓଡିଶା

odisha

By

Published : Mar 17, 2023, 5:06 PM IST

ETV Bharat / state

ଖୁବଶୀଘ୍ର ଉତ୍‌କେଲା ଏୟାରଷ୍ଟ୍ରିପରେ ଆରମ୍ଭ ହେବ ବିମାନ ସେବା, DGCAର ସମୀକ୍ଷା

ଉତ୍‌କେଲା ଏୟାରଷ୍ଟ୍ରିପରେ ବିମାନ ଚଳାଚଳ ଆରମ୍ଭ ନେଇ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସମୀକ୍ଷା କରାଯାଇଛି । ଅଧିକ ପଢ଼ନ୍ତୁ

air service in kalahandi
କଳାହାଣ୍ଡିରେ ବିମାନ ଚଳାଚଳ

ଖୁବଶୀଘ୍ର ଉତ୍‌କେଲା ଏୟାରଷ୍ଟ୍ରିପରେ ଆରମ୍ଭ ହେବ ବିମାନ ସେବା

ଭବାନୀପାଟଣା: ଉତ୍‌କେଲା ଏୟାରଷ୍ଟ୍ରିପରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)ର ସମୀକ୍ଷା । ଖୁବଶୀଘ୍ର କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଉତ୍‌କେଲା ଏୟାରଷ୍ଟ୍ରିପରୁ ବିମାନ ଚଳାଚଳ ଆରମ୍ଭ ହେବ । ସରକାରଙ୍କ ଉଡାଣ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଛି । ଯାହାର ସମୀକ୍ଷା କରିଛନ୍ତି ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର ଟିମ୍‌ । ଏହି ଟିମ୍‌ର ସମୀକ୍ଷା ପରେ ବିମାନ ଉଡାଣ ପାଇଁ ଲାଇସେନ୍ସ ମିଳିବ ବୋଲି ଜଣାପଡିଛି ।

ଉତ୍‌କେଲା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଆବଶ୍ୟକ ଭିତ୍ତିଭୂମିର ପାଇଁ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବେସରକାରୀ ବିମାନ ଚଳାଚଳ ସଂପୃକ୍ତ କର୍ତ୍ତୃପକ୍ଷ ପର୍ଯ୍ୟାୟ କ୍ରମେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା ବେଳେ ୨-ବି ଲାଇନସେନ୍ସ ପାଇଁ ପଦକ୍ଷେପ ନିଆଯାଇଛି । ଏହାସହ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ବ୍ୟୟର ଟେଣ୍ଡର ପରେ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହାର ଭିତ୍ତିଭୂମିରେ ରନୱେ ସମ୍ପ୍ରସାରଣ, ଟର୍ମିନାଲ୍ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟର ଆରମ୍ଭ ହୋଇଯାଇଛି । ୨-ବି କାଟାଗୋରିରେ ଡିଜିସିଏ ନୂଆଦିଲ୍ଲୀରେ ବିମାନ ଚଳାଚଳ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିଲା । ଏହାର ସମୀକ୍ଷା କରିବା ସହ ଲାଇସେନ୍ସ ପ୍ରଦାନ ଆଜି(ଶୁକ୍ରବାର) ଉତ୍‌କେଲା ବିମାନ ବନ୍ଦରରେ ପହଞ୍ଚିଛନ୍ତି ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର ଟିମ୍ ।

ଏହି ପରିପ୍ରେକ୍ଷୀରେ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ, କଳାହାଣ୍ଡି ଜିଲ୍ଲାପାଳ, ପୂର୍ତ୍ତ ବିଭାଗ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆବଶ୍ୟକ କର୍ମଚାରୀ ଡିଜିସିଏ ନିୟମ ଅନୁଯାୟୀ ଯୋଗାଇବା ପାଇଁ ପତ୍ରଯୋଗେ ସୂଚନା ଦିଆଯାଇଥିଲା । ଡିଜିସିଏର ଅନୁମତି ପରେ ଏଠାରେ ବିମାନ ସେବା ଆରମ୍ଭ ହେବ । ତେଣୁ ଆସନ୍ତା ଏପ୍ରିଲ ମାସରୁ ବିମାନ ଉଡାଣ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ପ୍ରକାଶ ଥାଉକି, ନିକଟରେ ଗଞ୍ଜାମ ଜିଲ୍ଲା ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ପ୍ରଥମ ଥର ପାଇଁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ୯ଟି ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଜାରି ରହିଛି । ପ୍ରତି ସପ୍ତାହରେ ଦୁଇ ଥର ଲେଖାଏଁ ଭୁୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରୁଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details