ଓଡିଶା

odisha

ETV Bharat / state

ଦେବେନ୍ଦ୍ର ମହାନ୍ତି ହେଲେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି - kalahandi news

ରାଜ୍ୟରେ ପ୍ରାୟ ଅଧିକାଂଶ ଜିଲ୍ଲା ସଭାପତି ନାମ ଘୋଷଣା ହୋଇ ସାରିଥିଲା । ହେଲେ ଏଥିରେ ବାକି ରହିଯାଇଥିଲା କଳାହାଣ୍ଡି । ଯାହାଦ୍ବାରା ବୁଧବାର ଜିଲ୍ଲାର ବିଜେପି ସଭାପତି ଭାବେ ମଙ୍ଗ ଘରିଲେ ଦେବେନ୍ଦ୍ର ମହାନ୍ତି । ଅଧିକ ପଢନ୍ତୁ...

ଦେବେନ୍ଦ୍ର ମହାନ୍ତି ହେଲେ କଳାହାଣ୍ଡି ବିଜିପି ଜିଲ୍ଲା ସଭାପତି
ଦେବେନ୍ଦ୍ର ମହାନ୍ତି ହେଲେ କଳାହାଣ୍ଡି ବିଜିପି ଜିଲ୍ଲା ସଭାପତି

By

Published : Jun 3, 2020, 8:07 PM IST

କଳାହାଣ୍ଡି: ଦୀର୍ଘ ଦିନର ଟଣା ଓଟରା ପରେ ଶେଷରେ କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃମଣ୍ଡଳୀ ବରିଷ୍ଠ ଆଇନଜୀବୀ ଦେବେନ୍ଦ୍ର ମହାନ୍ତିଙ୍କୁ କଳାହାଣ୍ଡି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଭାବେ ମନୋନୀତ କରିବା ପରେ ଜିଲ୍ଲା ବିଜେପି କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରହିଥିଲେ।

ଦେବେନ୍ଦ୍ର ମହାନ୍ତି ହେଲେ କଳାହାଣ୍ଡି ବିଜିପି ଜିଲ୍ଲା ସଭାପତି

ତାଙ୍କର କାର୍ଯ୍ୟକାଳ ପୁରି ଯାଇଥିବା ବେଳେ ଲୋକସଭା ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ନିଜ ନିଜର ଦୃଢ ସମର୍ଥକଙ୍କୁ ଜିଲ୍ଲା ସଭାପତି ସ୍ଥାନରେ ବସାଇବା ପାଇଁ ଅଡ଼ି ବସିଥିଲେ । ଫଳରେ ରାଜ୍ୟରେ ପ୍ରାୟ ଅଧିକାଂଶ ଜିଲ୍ଲା ସଭାପତି ନାମ ଘୋଷଣା ହୋଇ ସାରିଥିବା ବେଳେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ନାମ ଘୋଷଣା ହୋଇପାରି ନଥିଲା।

ଦେବେନ୍ଦ୍ର ମହାନ୍ତି ହେଲେ କଳାହାଣ୍ଡି ବିଜିପି ଜିଲ୍ଲା ସଭାପତି

ଶେଷରେ ରାଜ୍ୟ ସଭାପତି ସମୀର ମହାନ୍ତି ଜିଲ୍ଲାର ସବୁ ବରିଷ୍ଠ ବିଜେପି ନେତାଙ୍କ ସହିତ ଆଲୋଚନା ପରେ ଓ କେନ୍ଦ୍ର ବିଜେପି ସଭାପତିଙ୍କ ଅନୁମୋଦନ ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶେଷରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇନଜିବୀ ଦେବେନ୍ଦ୍ର ମହାନ୍ତିଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରିଛନ୍ତି । ସେ ୨୦୦୯ରୁ ବର୍ତ୍ତମାନ ଯାଏଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା ସାଧାରଣ ସମ୍ପାଦକ ପଦରେ ରହିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details