ଓଡିଶା

odisha

ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ, ୨୨ ଦିନ ପରେ ଘରେ ପହଞ୍ଚିଲା ମୃତ୍ୟୁ ଖବର

By

Published : Apr 5, 2022, 5:04 PM IST

ଅନେକ ଦିନ ବିତିଗଲା । ଦାଦନ ଖଟିବାକୁ ଯାଇଥିବା ପୁଅର ଖବର ପାଇପାରିଲେନି ପରିବାର । ଆଉ ଏକ ଅଜଣା ନମ୍ବରରୁ ଫୋନ ଆସିବା ପରେ ପୁଅ ଫୋନ କରିଛି ଭାବି କେମିତି ଅଛୁ ପଚାରିବାରୁ ପାଇଲେ ପୁଅର ମୃତ୍ୟୁ ଖବର । ସେତେବେଳକୁ ବିତି ସାରିଥିଲା ୨୨ ଦିନ । ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଲାଞ୍ଜିଗଡ ବ୍ଲକରେ । ଅଧିକ ପଢନ୍ତୁ

ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ, ୨୨ ଦିନ ପରେ ଘରେ ପହଞ୍ଚିଲା ମୃତ୍ୟୁ ଖବର
ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ, ୨୨ ଦିନ ପରେ ଘରେ ପହଞ୍ଚିଲା ମୃତ୍ୟୁ ଖବର

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ଅସହ୍ୟ ହେଉଛି ଦାଦନ ଦୁଃଖ । କେତେବେଳେ ଦାଦନ ଖଟିବାକୁ ଯାଇ କିଏ ଦୁର୍ଘଟଣାର ଶିକାର ହୋଇ ବିକଳାଙ୍ଗ ହୋଇ ଘରକୁ ଫେରୁଛି ତ ପୁଣି ଆଉ କେତେବେଳେ ମୃତଦେହ ଗାଁକୁ ଫେରୁଛି । ଏହାରି ମଧ୍ୟରେ ଘଟିଛି ଏକ ଦୁଃଖଦ ଘଟଣା । ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ଗାଁର ଯୁବକ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିବାବେଳେ ଦୀର୍ଘ ୨୨ ଦିନ ପରେ ତାଙ୍କର ମୃତ୍ୟୁର ଖବର ଘରେ ପହଞ୍ଚିଥିବା ଜଣାପଡ଼ିଛି ।

ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ, ୨୨ ଦିନ ପରେ ଘରେ ପହଞ୍ଚିଲା ମୃତ୍ୟୁ ଖବର

ଦାଦନ ପ୍ରଥାକୁ ରୋକିବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ବାଟବଣା ହେଉଥିବାରୁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ପୁଣି ଥରେ ଏହି ଘଟଣା ମାଧ୍ୟମରେ ଦାଦନ ଦୁଃଖ ଦେଖିବାକୁ ମିଳିଛି । ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ଗାଁର ଯୁବକ ବାବୁଲା ମାଝୀ ଦାଦନ ଖଟିବାକୁ ଯାଇଥିବା ବେଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ଦୁଃଖର କଥା ହେଉଛି ଅନେକ ଦିନ ପରେ ତାଙ୍କର ମୃତ୍ୟୁର ଖବର ଘରେ ପହଞ୍ଚିଛି ।

ସୂଚନା ଅନୁସାରେ ପାଜିବାହିଲି ଗାଁର ବାବୁଲା ମାଝୀ ପରିବାର ପ୍ରତିପୋଷଣ ପାଇଁ ଗତ ୨ ବର୍ଷ ତଳେ କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ପ୍ରତ୍ୟେକ ମାସରେ ଘର ଚଳଣି ପାଇଁ ଟଙ୍କା ପଠାଇବା ସହ ଫୋନ ଯୋଗ ୨ପରିବାର ସହ କଥାବାର୍ତ୍ତା ମଧ୍ୟ ହେଉଥିଲେ। ହେଲେ ହଠାତ କିଛି ଦିନ ହେବ ପରିବାର ଲୋକଙ୍କୁ ବାବୁଲା ଫୋନ କଲେ ନାହିଁ କି ପରିବାର ଲୋକେ ଯୋଗାଯୋଗ କଲେ ମଧ୍ୟ କଥା ହେବାରେ ସକ୍ଷମ ହେଲେ ନାହିଁ । ତେବେ ଦୀର୍ଘ ୨୨ ଦିନ ପରେ ହେଲେ ହଠାତ ବାବୁଲାଙ୍କ ବାପାଙ୍କୁ ଏକ ନମ୍ବରରୁ ଫୋନ ଆସିଥିଲା ।

ପୁଅ ଫୋନ କରିଛି ବୋଲି ଭାବି ବାପା ପୁଅ କେମିତି ଅଛୁ ବୋଲି ପଚାରିବାରୁ ସେପଟରୁ ବାବୁଲା ମୃତ୍ୟୁ ଖବର ମିଳିଲା । ମୃତ ଯୁବକଙ୍କ ସାଙ୍ଗ ବାବୁଲାର ଗତ ମାର୍ଚ୍ଚ ୧୨ ତାରିଖରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ । ଏହି ଖବର ପାଇବା ପରେ ଆତ୍ମହରା ହୋଇ ପଡିଛନ୍ତି ପରିବାର। ସେପଟେ ଏହି ଘଟଣାଟି ଜଣାପଡିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details