ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଦାଦନ । ଏଠାରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରୁ କିଏ ଘରକୁ ମୃତ୍ୟୁପରେ ଫେରୁଛି ତ କିଏ ବିକଳାଙ୍ଗ ହୋଇ ଫେରୁଥିବା ନଜର ରହିଛି । ଏପରି ଆଉ ଜଣେ କୋକସର ବ୍ଲକ ଅନ୍ତର୍ଗତ ସିଉନି ଗାଁରେ ଜଣେ ଶ୍ରମିକ ଯିଏକି ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲେ ତାଙ୍କର ମୃତଦେହ ଆସି ଘରେ ପହଞ୍ଚିଛି ।
ମିଳିଥିବା ସୂଚନା ଅନୁସାରେ ସିଉନି ଗାଁର ଗଜେନ୍ଦ୍ର ନାଏକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବେଙ୍ଗାଲୁରୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ ଏକ ଠିକା ସଂସ୍ଥାରେ ଘର ନିର୍ମାଣ କାମରେ ଶ୍ରମିକ ଭାବରେ କାମ ମଧ୍ୟ ପାଇଥିଲେ । ହେଲେ ହଠାତ କାମ କରିବାକୁ ଯାଉଥିବା ସମୟରେ ରେଳ ଲାଇନ ପାରି ହେଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।