କଳାହାଣ୍ଡି: ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରୁ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ମୃତ ମହିଳା ହେଲେ ସନ୍ଧ୍ୟା ଦୁଣ୍ଡକିଆ(40) । ତେବେ ମହିଳା ଜଣକ ଶାଢୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ବନ୍ଦ କୋଠରୀରୁ ଝୁଲନ୍ତା ମୃତଦେହ ଉଦ୍ଧାର - ଝୁଲନ୍ତା ମୃତଦେହ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁର ଏକ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଶାଢୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ସୂଚନା ଅନୁଯାୟୀ, ସନ୍ଧ୍ୟା ମା’ଙ୍କ ମୃତ୍ୟୁ ପରେ ଏକଟୁଆ ଘରେ ରହୁଥିଲେ । ତେବେ ବୁଧବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସେ ଆତ୍ମହତ୍ୟା କରୁଥିବା ଅନୁମାନ କରୁଛି ପୋଲିସ । ଅନ୍ୟପଟେ ମୃତଦେହ ଉଦ୍ଧାର କରି କୋକସରା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ