ଭବାନୀପାଟଣା: ଆଦିବାସୀ ଜନ ବସତି ଅଞ୍ଚଳରେ ଦେବାଦେବୀ ମାନଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ପରମ୍ପରା, ବିଶ୍ୱାସ ଚଳଣି ସହ ଦେବାଦେବୀଙ୍କ ପର୍ବ ପାଳନ ସହ ଦୈବିଶକ୍ତି ଉପରେ ଅଗାଢ଼ ବିଶ୍ୱାସ ରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡକୁ ଲାଗି ରହିଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ । ଏହି ଅଞ୍ଚଳର ଆଦିବାସୀ କେଉଁ ଆବାହାନମାନ କାଳରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀଙ୍କୁ ପୂଜା କରିଆସୁଛନ୍ତି ।
ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଦେବୀ ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କୁ ପୂଜା କରାଯାଏ। ଡଙ୍ଗର ଯାତ୍ରା ନାମରେ ନାମିତ ଏହି ପର୍ବରେ ଆଦିବାସୀ ମିଳିତ ଭାବେ କାଳିସୀ ଓ ଗ୍ରାମ ପୁଜାରୀଙ୍କ ସହିତ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କି.ମି ରାସ୍ତା ଚାଲିଚାଲି କାଳିସି ଓ ଲାଠି ଯାତ୍ରାରେ ବାହାରି ଜଙ୍ଗଲ ମଧ୍ୟରେ ଥିବା ଦେବୀଙ୍କ ଆସ୍ଥାନରେ ପହଞ୍ଚିଛନ୍ତି । ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଙ୍ଗଲ ପରିବେଶ ମଧ୍ୟରେ ଥିବା ଦେବୀଙ୍କ ମନ୍ଦିରରେ ମାନସିକ ଧାରୀ କୁକୁଡ଼ା, ବୋଦା ବଳି ଦେଇଛନ୍ତି, ଫଳରେ ରକ୍ତ ରଞ୍ଜିତ ହୋଇଛି ଦେବୀଙ୍କ ପୀଠ।