ଓଡିଶା

odisha

ETV Bharat / state

ଦାନ ମାଝୀ ଘଟଣାର ପୁନରାବୃତ୍ତି, ପୁଣି ଭାରରେ ବୁହାହେଲା ମୃତଦେହ

କଳାହାଣ୍ଡିରେ ପୁଣି ‘ଦାନ ମାଝୀ’ ଘଟଣାର ପୁନରାବୃତ୍ତି । ଭାରରେ ବୁହା ହେଲା ମୃତଦେହ । କଳାହାଣ୍ଡି ଥୁଆମୁଳ-ରାମପୁରର ଘଟଣା ।

By

Published : Jul 18, 2019, 8:05 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି


କଳାହାଣ୍ଡି: ଓଡିଶାକୁ ‘ଦାନ ମାଝୀ’ ଘଟଣା ବିଶ୍ବ ଦରବାରରେ ଲଜ୍ଜିତ କରିଥିଲା । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଥୁଆମୂଳ-ରାମପୁର ବ୍ଲକରେ । ଥୁଆମୂଳ ରାମପୁର ବ୍ଲକ ବାଲିସରା ଗାଁର ନିଗିଡି ମାଝୀ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କୁ କାଣିଗୁମା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ହେଲେ ମୃତଦେହ ନେବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷକୁ ଆମ୍ବୁଲାନ୍ସ ପାଇଁ ପରିବାର ଲୋକେ କହିବାରୁ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ମନା କରିଥଲେ । ପରେ ପରିବାର ଏକ ଭାରରେ ପ୍ରାୟ 5 କିଲୋମିଟର ଦୂର ବାଲିସରା ଗାଁକୁ ମୁତଦେହକୁ ନେଇଥଲେ । ବର୍ତ୍ତମାନ ଏହି ମୃତଦେହ ବୋହିନେବା ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details