ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଢମପଦର ଗାଁରେ ଦଳିତଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଏସ୍ପିଙ୍କ ଠାରେ ଫେରାଦ ହୋଇଛନ୍ତି ଅଭିଯୋଗକାରୀ । ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଡମପଦର ଗାଁରେ ଗତ ୯ ତାରିଖ ଦିନ ସାମାଜିକ ସଭା ନାଁରେ ସଶସ୍ତ୍ର ଆଦିବାସୀମାନେ ଦଳିତ ବସ୍ତିରେ ପଶି ଭଙ୍ଗାରୁଜା ସାଙ୍ଗକୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଦଳିତ ବସ୍ତିରେ ଭଙ୍ଗାରୁଜା ସମୟରେ ପୋଲିସ ଉପସ୍ଥିତ ଥିଲେ ହେଁ ଆଦିବାସୀମାନେ ଆଇନକୁ ହାତକୁ ନେବାକୁ ପଛାଇ ନଥିଲେ ।
ପରେ ଏହି ଘଟଣାକୁ ନେଇ କେସିଙ୍ଗା ପୋଲିସ ଏକ ମାମଳା ରୁଜୁ କରି ୪ଜଣକୁ କୋର୍ଟ ଚାଲାଣ କରିଥିଲା । ତେବେ ଆହୁରି ମଧ୍ୟ ଏହି ଘଟଣାରେ ସାମିଲ ଥିବା ଆକ୍ରମଣକାରୀଙ୍କୁ ପୋଲିସ ଧରୁ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅଭିଯୋଗକାରୀ । ଡମପଦର ଗାଁର ୩୦ରୁ ୩୫ ଜଣ ଦଳିତ ପରିବାର ଦଳିତ ସମ୍ପ୍ରଦାୟର ଲୋକେ କଳାହାଣ୍ଡି ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ଏପଟ ସେପଟ ହୋଇଥିବା ଦେଖି ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ।