ଓଡିଶା

odisha

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା, ଉଦ୍ଧାର ପାଇଁ ସମ୍ପର୍କୀୟଙ୍କ ନିବେଦନ

By

Published : Mar 13, 2020, 2:21 PM IST

Updated : Mar 13, 2020, 2:32 PM IST

ହାଇଦ୍ରାବାଦରେ ନିର୍ଯାତନାରେ ଦିନ କାଟୁଛନ୍ତି କଳାହାଣ୍ଡିର ଦାଦନ ଶ୍ରମିକ । ଉଦ୍ଧାର ପାଇଁ ପ୍ରଶାସନକୁ ଗୁହାରି କଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

Dadan workers tortured in Hyderabad
ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା, ଉଦ୍ଧାର ପାଇଁ ସମ୍ପର୍କୀୟଙ୍କ ନିବେଦନ

ଭବାନୀପାଟଣା: ହାଇଦ୍ରାବାଦରେ ନିର୍ଯାତନାରେ ଦିନ କାଟୁଛନ୍ତି ଦାଦନ ଶ୍ରମିକ । କେତେବେଳେ ଦାଦନ ଶ୍ରମିକଙ୍କ ହାତ କଟା ଘଟଣା ତ ଆଉ କେତେବେଳେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିବା ଘଟଣା ମନରୁ ନଲିଭୁଣୁ ପୁଣି ଦାଦନ ଶ୍ରମିକମାନଙ୍କୁ ରାଜ୍ୟ ବାହାରର ଇଟାଭାଟି ମାଲିକ ନିର୍ଯାତନା ଦେବା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରୁ ।

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା, ଉଦ୍ଧାର ପାଇଁ ସମ୍ପର୍କୀୟଙ୍କ ନିବେଦନ

ହାଇଦ୍ରାବାଦରେ ଛୋଟ ପିଲା ଠାରୁ ବଢିଲା ଝିଅଙ୍କୁ ଧରି ଇଟା ଭାଟିରେ ଇଟା ଗଢୁଥିବା ଗୋଲାମୁଣ୍ଡା ଥାନା ସର୍ଗିଗୁଡା ଗାଁର ଦାଦନ ଶ୍ରମିକମାନଙ୍କୁ ନିର୍ଯାତନା ଦିଯାଉଥିବାର ଅଭିଯୋଗ ଆସିଛି । ଦିନକୁ 12 ଘଣ୍ଟା ଧରି ଥରୁକେ 10 ଖଣ୍ଡ ଇଟା ବୋହିବାକୁ ବାଧ୍ୟ କରୁଛି ଠିକାଦାର । କାମ ବଦଳରେ ସପ୍ତାହକୁ 100 ରୁ 150 ଟଙ୍କା ରାସନ ବାବାଦକୁ ଦେଉଛି । ଏତିକିରେ ନିଅଣ୍ଟ ହେଉଥିବାରୁ ଭୋକ ଉପାସରେ ରୋଗରେ ପଡିଲେ ଚିକିତ୍ସା ନକରି କାମ କରିବାକୁ ବାଧ୍ୟ କରୁଛି । ନହେଲେ ମାଡ ଗାଳି ଗୁଲଜ। ଏମିତି ନିର୍ଯାତନାର କରୁଣ କାହାଣୀ ବଖାଣୁଛନ୍ତି 10 ଟି ପରିବାରର 23 ଜଣ ଦାଦନ ଶ୍ରମିକ ।

ଏମାନେ ଡିସେମ୍ବର 22ରୁ ତେଲେଙ୍ଗାନାର ପେଦାପାଲି ଜିଲ୍ଲାର ଗରେପାଲିରେ ଆଜି ଯାଏଁ ବନ୍ଧା ପଡି ମୁକୁଳି ପାରୁନାହାନ୍ତି । ଏପଟେ ଏମାନଙ୍କ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ତାଙ୍କ ସମ୍ପର୍କୀୟ । ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଓ ବିଡିଓ, ଜିଲ୍ଲାପାଳ ଓ ଶ୍ରମ ବିଭାଗ ସହ ସମ୍ପର୍କ ରଖି ଉଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ କେବେ ଉଦ୍ଧାର ହେବେ ନିର୍ଯାତନା ଭୋଗୁଥିବା ଦାଦନ ଶ୍ରମିକ ସେ ଚିନ୍ତାରେ ତାଙ୍କ ପରିବାର ଲୋକେ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : Mar 13, 2020, 2:32 PM IST

ABOUT THE AUTHOR

...view details