ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଗର୍ଜିଲେ ବାମପନ୍ଥୀ - Cpim cpiml cpi protest

ଜଙ୍ଗଲ ଜମି ଆଇନ କାର୍ଯ୍ୟକାରୀ କରିବା ସହ ଶ୍ରମିକଙ୍କ ସର୍ବନିମ୍ନ ମଜୁରି 18ହଜାର ଦାବିରେ ବାମପନ୍ଥୀଙ୍କ ବିକ୍ଷୋଭ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Oct 16, 2019, 8:07 PM IST

କଳାହାଣ୍ଡି: ଦେଶର ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା ବୃଦ୍ଧିର ସମାଧାନ, ଭୂମିହୀନ ଦଖଲ ଜମିର ପଟ୍ଟା ସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପଟ୍ଟା ଦେବା ସହ ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, କପା କୁଇଣ୍ଟାଲ ପିଛା ୭ହଜାର ଟଙ୍କା ଭଳି ୧୧ ଦଫା ଦାବି ନେଇ ସିପିଆଇ, ସିପିଆଇ(ଏମ) ଓ ସିପିଆଇ(ଏମଏଲ) ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି


ବାମପନ୍ଥୀ ଦଳ ଏନେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯାଳୟ ନିକଟରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବାମପନ୍ଥୀ ଦଳର ଶତାଧିକ କର୍ମୀ ଯୋଗ ଦେଇଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details