ଓଡିଶା

odisha

By

Published : Jun 25, 2022, 8:40 PM IST

ETV Bharat / state

ଅଗ୍ନିବୀର ଯୋଜନାକୁ ବିରୋଧ: କଳାହାଣ୍ଡିରେ ସିପିଆଇର ବିକ୍ଷୋଭ

ଅଗ୍ନିବୀର ଯୋଜନାକୁ ବିରୋଧ କରି କଳାହାଣ୍ଡିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ । ଭବାଜିଲ୍ଲାର ମଦନପୁର ରାମପୁର ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ । ବିକ୍ଷାେଭରେ ଅନେକ ଆଦିବାସୀ ସାମିଲ । ଅଧିକ ପଢ଼ନ୍ତୁ

ଅଗ୍ନିବୀର ଯୋଜନାକୁ ବିରୋଧ: କଳାହାଣ୍ଡିରେ ସିପିଆଇର ବିକ୍ଷୋଭ
ଅଗ୍ନିବୀର ଯୋଜନାକୁ ବିରୋଧ: କଳାହାଣ୍ଡିରେ ସିପିଆଇର ବିକ୍ଷୋଭ

ଭବାନୀପାଟଣା: ଅଗ୍ନିବୀର ଯୋଜନାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିରୋଧ । କଳାହାଣ୍ଡି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଯୋଜନାକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରିଛି ଦଳ । ଏଥିରେ ଅନେକ ଆଦିବାସୀ ସାମିଲ ହୋଇଥିଲେ ।

ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିବୀର ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ଠାରୁ ଆରମ୍ଭ କରି ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ ହେଉଛି । ତେବେ ଆଜି(ଶନିବାର) କଳାହାଣ୍ଡି ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକର୍ତ୍ତା ଭବାଜିଲ୍ଲାର ମଦନପୁର ରାମପୁର ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details