ଓଡିଶା

odisha

ETV Bharat / state

ଗୃହ ପ୍ରବେଶରୁ ଥାନା ପ୍ରବେଶ - ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ

ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଆଇନକୁ ବେଖାତିର କରିବା ପଡ଼ିଛି ମହଙ୍ଗା । କୋରୋନା ମୁକାବିଲା ପାଇଁ କୋଭିଡ 19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ । ଆଗକୁ ପଢନ୍ତୁ...

covid-19-rules-violated-block-chairman-arrested
covid-19-rules-violated-block-chairman-arrested

By

Published : Mar 26, 2020, 8:12 PM IST

କଳାହାଣ୍ଡି: କୋରୋନା ନେଇ ସାରା ଦେଶରେ ଲକଡାଉନ ଜାରିରହିଥିବା ବେଳେ ତଥାପି ଚେତି ନାହାନ୍ତି ଲୋକେ। ଫଳରେ ଗୃହ ପ୍ରବେଶରୁ ଥାନା ପ୍ରବେଶ ଭଳି ସ୍ଥିତି ଦେଖାଦେଇଛି। କୋଭିଡ 19 ନିର୍ଦେଶନାମା ଭାଙ୍ଗି ଗିରଫ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ ।

ଗୃହ ପ୍ରବେଶରୁ ଥାନା ପ୍ରବେଶ

ଆଜି(ଗୁରୁବାର) ସେ ନିଜର ବେହେରା ଗାଁ ରେ ନବନିର୍ମିତ କୋଠାର ଗୃହପ୍ରବେଶ କାର୍ଯ୍ୟକ୍ରମ କରୁଥିଲେ । ଏନେଇ କୋକସରା ପୋଲିସ ସୂଚନା ପାଇବା ପରେ ବ୍ଲକ ଅଧ୍ୟକ୍ଷଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି ଓ ପରେ କୋର୍ଟ ଚାଲାଣ କରିଛି।

ଜଣେ ଦାୟିତ୍ବ ସମ୍ପନ୍ନ ଜନପ୍ରତିନିଧି ପଦବୀରେ ଥାଇ ମଧ୍ୟ ଆଇନକୁ ବେଖାତିର କରି କିପରି ଏପରି କାର୍ଯ୍ୟକ୍ରମ କରୁଥିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ଅଧକ୍ଷଙ୍କ ଶୈଳୀକୁ ବିଭିନ୍ନ ମହଲରେ ମଧ୍ୟ ନିନ୍ଦା କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details