ଓଡିଶା

odisha

ETV Bharat / state

ଯୌତୁକ ଜନିତ ବଧୂହତ୍ୟା ମାମଲା: ସ୍ୱାମୀ, ଶ୍ବଶୁର ଓ ନଣନ୍ଦକୁ ୧୪ ବର୍ଷ ଜେଲ

ଯୌତୁକ ଜନିତ ବଧୂହତ୍ୟା ମାମଲା । ସ୍ୱାମୀ, ଶ୍ବଶୁର ଓ ନଣନ୍ଦକୁ ୧୪ ବର୍ଷ ଜେଲ । କଳାହାଣ୍ଡିରେ ଯୌତୁକ ଜନିତ ବଧୂହତ୍ୟା ମାମଲାର ଶୁଣାଣି କରିଛନ୍ତି ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତ ସ୍ବାମୀ, ଶ୍ବଶୁର ଓ ନଣନ୍ଦକୁ ୧୪ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

By

Published : Nov 3, 2022, 9:11 AM IST

ଯୌତୁକ ଜନିତ ବଧୂହତ୍ୟା ମାମଲା: ସ୍ୱାମୀ, ଶ୍ବଶୁର ଓ ନଣନ୍ଦକୁ ୧୪ ବର୍ଷ ଜେଲ
ଯୌତୁକ ଜନିତ ବଧୂହତ୍ୟା ମାମଲା: ସ୍ୱାମୀ, ଶ୍ବଶୁର ଓ ନଣନ୍ଦକୁ ୧୪ ବର୍ଷ ଜେଲ

ଭବାନୀପାଟଣା: ଯୌତୁକ ଜନିତ ବଧୂହତ୍ୟା ମାମଲା । ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣାରେ ସ୍ବାମୀ, ଶ୍ବଶୁର ଓ ନଣନ୍ଦକୁ ୧୪ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ । ୨୦୧୪ ମସିହାରେ ବଧୂହତ୍ୟା ନେଇ କେଗାଁ ଥାନାରେ ଅଭିଯୋଗ ହୋଇଥିଲା । ୮ ବର୍ଷ ପରେ ମାମଲାର ଶୁଣାଣି କରି ଦୋଷୀଙ୍କୁ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ତୁର୍କେଲ ଗାଁର ନରେନ୍ଦ୍ର ବାଗଙ୍କ ଝିଅ ଯଶୋବନ୍ତୀ ବାଗଙ୍କୁ କେଗାଁ ଥାନା ଅନ୍ତର୍ଗତ ଡଙ୍ଗାପଖାନ ଗାଁର ଦଧି ଜାଲଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସୁନାଚେନ ଦେଇ ନଥିବା ଯୋଗୁଁ ଦଧିଙ୍କ ପରିବାର ବୋହୁ ଯଶୋବନ୍ତୀଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ତେବେ ଯଶୋବନ୍ତୀ ବାଗଙ୍କ ଦ୍ଵିତୀୟ ସନ୍ତାନର ଏକୋଇଶିଆ ଦିନ ସୁନା ଚେନ ଦେଇ ନଥିବା ଅଭିଯୋଗରେ ସ୍ଵାମୀ ଦଧି ଜାଲ, ଶ୍ଵଶୁର ଝଜ ଜାଲ ଓ ନଣନ୍ଦ ଘନକେଶୀ ଜାଲ ମିଶି ଯଶୋବନ୍ତୀଙ୍କୁ ହତ୍ୟାକରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଯଶୋବନ୍ତୀଙ୍କ ବେକରେ ଶାଢ଼ୀ ବାନ୍ଧି ଝୁଲାଇ ଦେଇଥିଲେ । ଏନେଇ ଯଶୋବନ୍ତୀଙ୍କ ବାପା ନରେନ୍ଦ୍ର ବାଗ କେଗାଁ ଥାନାରେ ୨୦୧୪ ମସିହାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ ତଦନ୍ତ କରି ଅଭିଯୁକ୍ତ ସ୍ବାମୀ, ଶ୍ବଶୁର ଓ ନଣନ୍ଦକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥଲା । ଯାହାର ବୁଧବାର ଶୁଣାଣି ହୋଇଛି । ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶୁଭଞ୍ଜନ ମହାନ୍ତି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀ ଦଧି ଜାଲ, ଶ୍ବଶୁର ଦଧି ଜାଲ ଓ ନଣନ୍ଦ ଘନକେଶୀ ଜାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦୟ ଆହୁରି ୩ ମାସ କାରାଦଣ୍ଡ ପାଇଁ ନିର୍ଦେଶ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏଡିଜେ କୋର୍ଟର ଅତିରିକ୍ତ ସରକାରୀ ଓକିଲ ବଟକୃଷ୍ଣ ଆଚାର୍ଯ୍ୟ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details