ଓଡିଶା

odisha

ETV Bharat / state

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ଟାଙ୍ଗିଆରେ ହାଣି ସ୍ତ୍ରୀକୁ କରିଥିଲା ହତ୍ୟା - ବିଭତ୍ସ ହତ୍ୟାକାଣ୍ଡ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୋରା ଜର୍ଜ ବନ୍ଦନା କର ଆଜି ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରିଛନ୍ତି । ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ। ଅଧିକ ପଢନ୍ତୁ

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ
ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ

By

Published : Apr 21, 2023, 10:45 PM IST

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ

ଭବାନୀପାଟଣା: ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ । ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଏବେ ଭୋଗିବ ଆଜୀବନ କାରାଦଣ୍ଡ। ସନ୍ଦେହ ଯୋଗୁଁ ଟାଙ୍ଗିଆରେ ବିଭତ୍ସ ହତ୍ୟା କରି ଏବେ ଜେଲର ଚାରିକାନ୍ଥ ଭିତରେ ଦଣ୍ଡ ଭୋଗିବ ଅଭିଯୁକ୍ତ ସ୍ୱାମୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୋରା ଜର୍ଜ ବନ୍ଦନା କର ଆଜି ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରିଛନ୍ତି। ସରକାରୀ ଓକିଲ ଙ୍କ ସୂଚନା ଅନୁଯାୟୀ , ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ କୁହୁରିଗୁମା ଗାଁ ରେ ଗତ ୨୦୧୯ ମସିହାରେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା। କୁହୁରୀଗୁମା ଗାଁର ଅଗସ୍ତି ମାଝୀ ତାଙ୍କ ସ୍ତ୍ରୀ ବେଲ ମାଝୀର ଅନ୍ୟତ୍ର ଅନୈତିକ ସମ୍ପର୍କ ଥିବା ନେଇ ବାରମ୍ବାର ସନ୍ଦେହ କରି ସ୍ତ୍ରୀକୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିଲେ । କିନ୍ତୁ ସବୁ କିଛିକୁ ଚୁପ ଚାପ ସହି ଯାଉଥିଲେ ସ୍ତ୍ରୀ ବେଲ ମାଝୀ।

ହେଲେ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ 2019 ମସିହା ଜୁନ ମାସ 30 ତାରିଖ ସକାଳ ପ୍ରାୟ ୮ ଟା ସମୟରେ ଅଗସ୍ତି ମାଝୀ ନିଜ ସ୍ତ୍ରୀ ବେଲ ମାଝୀଙ୍କୁ ପରକୀୟା ପ୍ରୀତି ସନ୍ଦେହ କରି ନିଜ ଘର ଭିତରେ ଟାଙ୍ଗିଆରେ ବିଭତ୍ସ ଭାବରେ ହତ୍ୟା କରିଥିଲେ । ଏନେଇ ପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଅଗସ୍ତି ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଯାହାର ଆଜି ଶୁଣାଣୀ ହୋଇଛି।

ଏହା ମଧ୍ୟ ପଢନ୍ତୁ- ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର, ଏପଟେ ଶୁଭ ଦେଇ ଚୁପ ବସିଛନ୍ତି ରାଜ୍ୟ ସରକାର

ଏହା ମଧ୍ୟ ପଢନ୍ତୁ-ଅତିକ ହତ୍ୟାକାଣ୍ଡ ଦେଲା ଶିକ୍ଷା, ଗ୍ୟାଙ୍ଗଷ୍ଟରକୁ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧାଇଲା ରାଜସ୍ଥାନ ପୋଲିସ

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୋରା ଜର୍ଜ ବନ୍ଦନା କର ଏହି ମାମଲାର ଶୁଣାଣି କରିଛନ୍ତି। ସମସ୍ତ ସାକ୍ଷ ପ୍ରମାଣ ଭିତ୍ତି କରି କୋର୍ଟ ଅଭିଯୁକ୍ତ ସ୍ୱାମୀ ଅଗସ୍ତି ମାଝୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦୟ ହେଲେ ଆହୁରି ଅତିରିକ୍ତ ଗୋଟିଏ ବର୍ଷ କରାଦାଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details