କଳାହାଣ୍ଡି: ବିଧାୟକ ପାଣ୍ଠିରୁ ଟଙ୍କା ହେରଫେର ମାମଲାରେ ନୂଆପଡା ବୋଡେନ ବ୍ଲକର ପୂର୍ବତନ ବିଡିଓ, 5 କର୍ମଚାରୀ ଓ ଡିଷ୍ଟ୍ରିବ୍ୟୁଟର ଦଣ୍ଡିତ । ପୂର୍ବତନ ବିଡିଓ ସମେତ ୫ ଜଣ କର୍ମଚାରୀଙ୍କୁ ବର୍ଷେ ଜେଲ ସହ ଲକ୍ଷେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଡିଷ୍ଟ୍ରିବ୍ୟୁଟରଙ୍କୁ ବର୍ଷେ ଜେଲ ସହ 2 ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୦୪-୦୫ ଓ ୨୦୦୫-୦୬ ମସିହାରେ ତତ୍କାଳୀନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ବିଧାୟକ ପାଣ୍ଠିରୁ 17ଟି ଫ୍ରିଜ୍ କିଣାଯାଇଥିଲା । ସପ୍ଲାୟର ମେସର୍ସ ରାଜନ କୁମାର ଅଗ୍ରୱାଲର ମାଲିକ ତାରାଚନ୍ଦ ଅଗ୍ରୱାଲ ବୋଡେନ ବ୍ଲକରୁ ଟେଣ୍ଡର ନେଇ ବିଭିନ୍ନ ଅନୁଷ୍ଠାନକୁ ୧୭ ଟି ଫ୍ରିଜ ଯୋଗାଣ କରିଥିଲେ । ହେଲେ ଉକ୍ତ ଫ୍ରିଜର ନିମ୍ନମାନର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା ।