ଓଡିଶା

odisha

ETV Bharat / state

ପ୍ରେମକୁ ରୋକିପାରିଲାନି ସାମାଜିକ ପ୍ରତିବନ୍ଧକ କି ଜେଲ କାନ୍ଥ, ଶେଷରେ ବିବାହ କଲେ ପ୍ରେମୀ ଯୁଗଳ - ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳଙ୍କ ବିବାହ

ନିଆରା ପ୍ରେମ, ବିବାହ ବିଚ୍ଛେଦ ପରେ ପୁଣି ଉଜ୍ଜୀବିତ ହେଲା ପୁରୁଣା ଭାବନା । ଶେଷରେ ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀ ଯୁଗଳ । ଅଧିକ ପଢନ୍ତୁ

ପ୍ରେମକୁ ରୋକିପାରିଲାନି ସାମାଜିକ ପ୍ରତିବନ୍ଧକ କି ଜେଲ କାନ୍ଥ, ଶେଷରେ ବିବାହ କଲେ ପ୍ରେମୀ ଯୁଗଳ
ପ୍ରେମକୁ ରୋକିପାରିଲାନି ସାମାଜିକ ପ୍ରତିବନ୍ଧକ କି ଜେଲ କାନ୍ଥ, ଶେଷରେ ବିବାହ କଲେ ପ୍ରେମୀ ଯୁଗଳ

By

Published : Jun 2, 2022, 10:48 PM IST

ଭବାନୀପାଟଣା:ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ, ପ୍ରେମ ଧନୀ, ଗରିବ, ଜାତି ଧର୍ମ ଭେଦଭାବ ଜାଣେନି । ବିଶ୍ୱାସ, ସ୍ନେହ ଓ ଉଭୟଙ୍କୁ ଦେଇଥିବା ପ୍ରତିଶ୍ରୁତି ହିଁ ପ୍ରେମ ଡୋରିକୁ ସୁଦୃଢ କରିଥାଏ । ପ୍ରେମ ବିବାହ ପାଇଁ ଆବଶ୍ୟକ ନ ଥାଏ ବାହା ବେଦୀ କିମ୍ବା ମନ୍ତ୍ର ଧ୍ୱନୀ କେବଳ ଆବଶ୍ୟକ ଦୁଇମନର ମତାମତ । ଏଭଳି ଏକ ନିଆରା ପ୍ରେମ ବିବାହ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ ।

ସୂଚନା ଅନୁଯାୟୀ ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଧନସରା ଗାଁର ସୁଶାନ୍ତ ନାଏକ ଓ ସେହି ଗାଁର ଚାରୁକଲା ସତନାମୀଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଧିରେ ଧିରେ ସମ୍ପର୍କ ଗଭୀର ହେବାକୁ ଲାଗିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ । ଏନେଇ ନିଜ ନିଜ ପରିବାର ବର୍ଗଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ଉଭୟଙ୍କ ଜାତି ଭିନ୍ନ ହେବା କାରଣରୁ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ ।

ଶେଷରେ ସେମାନେ ଘର ଛାଡ଼ି ଚାଲି ଯାଇଥିଲେ । ସୁଶାନ୍ତଙ୍କ ପରିବାର ସେମାନଙ୍କୁ ଖୋଜି ବାହାର କରିବା ପରେ ଉଭୟଙ୍କୁ ଅଲଗା କରି ଦେଇଥିଲେ । ସୁଶାନ୍ତଙ୍କ ପରିବାର ଚାରୁକଳାଙ୍କୁ ବୋହୂ ରୂପରେ ଗ୍ରହଣ ନ କରିବାରୁ ଚାରୁକଳାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ପୋଲିସ ସୁଶାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ କିଛି ଦିନ ସୁଶାନ୍ତ ଜେଲରେ ରହିବା ପରେ ବେଲରେ ଆସିଥିଲେ । ପୁଣିଥରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡି ହୋଇ ଯାଇଥିଲା ।

ନିଷ୍ପତ୍ତି ନେଇଥିଲେ ବିବାହ କରିବେ ଆଉ ଉଭୟ ସିଧା ସଳଖ ଆସି ପହଞ୍ଚିଥିଲେ କୋକସରା ତହସିଲଦାରଙ୍କ ନିକଟରେ । ତହସିଲଦାରଙ୍କୁ ଉଭୟ ସବୁକଥା କହିବା ପରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ତହସିଲଦାର ମନୋଜ ପାଢ଼ୀଙ୍କ ଉପସ୍ଥିତିରେ ସୁଶାନ୍ତ ଓ ଚାରୁକଳାଙ୍କ ବିବାହ ହୋଇଛି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details