ଓଡିଶା

odisha

ETV Bharat / state

କେନାଲ କାମରେ ମହାଦୁର୍ନିତୀ - ଇନ୍ଦ୍ରାବତୀ ବହୁ ମୂଖି ପ୍ରକଳ୍ପ

କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ବହୁ ମୂଖି ପ୍ରକଳ୍ପ ହେଲା । ହେଳେ ଆଜି ବି କେନାଲ ପାଣି ପାଇବାର ଆଶା ଆଶା ହେଇ ରହିଯାଇଛି । ନିମ୍ନ ମାନର କାମ ହେଇଥିବା ବେଳେ ବିଭାଗୀୟ ବାବୁ ମାନେ ଏହା ଦେଖି ଚୁପ । ଅଧିକ ପଢନ୍ତୁ...

କେନାଲ କାମରେ ମହା ଦୁର୍ନିତୀ
କେନାଲ କାମରେ ମହା ଦୁର୍ନିତୀ

By

Published : Jun 24, 2021, 8:25 AM IST

ଭବାନୀପାଟଣା:ଜିଲ୍ଲା କୁସୁମଖୁଣ୍ଠି ବାମ କେନାଲ ଡିଭଜନ ଅନ୍ତର୍ଗତ ତେଲିପଲାସ ଡିଷ୍ଟି ବ୍ୟୁଟାରୀ ମୁଖ୍ୟ କେନାଲରେ ମରାମତି କାମ ଚାଲିଛି । ୧୫ ଲକ୍ଷ ବ୍ୟୟ ଅଟକଳରେ ଏହି କାମ ଚାଲିଥିବା ବେଳେ କେନାଲ କାମ ରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ନିୟୋଜିତ ଠିକାଦାର ଜଣକ ସମସ୍ତଙ୍କ ଆଖିରେ ଧୂଳି ଦେଇ ନିମ୍ନ ମାନର କାମ କରୁଥିବା ବେଳେ ବିଭାଗୀୟ ବାବୁ ମାନେ ଏହା ଦେଖି ଚୁପ । ଏମିତି ଅଭିଯୋଗ ଆଣିଛନ୍ତି ଖୋଦ ସ୍ଥାନୀୟ ଚାଷୀ ।

କେନାଲ କାମରେ ମହା ଦୁର୍ନିତୀ

ଏହି କେନାଲରେ ପାଣି ପ୍ରବାହିତ ହେଉଥିବା ବେଳେ ସେହି ପାଣିକୁ ବ୍ୟବହାର କରି ଚାଷୀ ମାନେ ନିଜ ଚାଷ କାର୍ଯ୍ୟ ତୂଲାଇଥାନ୍ତି । ତେବେ ପ୍ରତ୍ୟେକ ବର୍ଷ ଏହି କେନାଲ ମରାମତି କରାଯାଇଥାଏ । ଯହାକି ନିମ୍ନ ମାନର କାମ ଯୋଗୁଁ କେନାଲରେ ଆବଶ୍ୟକ ପରିମାଣର ରେ ପାଣି ଛଡ଼ାଗଲେ କେନାଲ ଟି ଭାଙ୍ଗିଯିବା ଅବସ୍ଥାକୁ ଚାଲି ଆସେ । ଫଳରେ ତଳ ମୁଣ୍ଡକୁ ଆଉ କେନାଲ ପାଣି ମାଡି ପାରେ ନାହିଁ । କେନାଲ ମରାମତି ନାରେ ପ୍ରତ୍ୟେକ ବର୍ଷ ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଠି ଡିଭିଜନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ ।

ତେବେ ଏହାର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଚାଷୀ ମାନେ ବର୍ଷା ନହେଲେ ବି କେନାଲ ପାଣି ଭରସାରେ ରହିଥାନ୍ତି । କହିବାକୁ ଗଲେ ଧର୍ମଗଡ ଅଞ୍ଚଳର ତେଲିପଲାସ ଡିଷ୍ଟିବ୍ୟୁଟାରି କେନାଲ ଉପରେ ଧର୍ମଗଡ ଏନଏସିର ଚାଷୀ ସମେତ ମେରଘରା,ଗମ୍ଭାରୀଗୁଡା,ତରଞ୍ଚା,ଭଳି ପ୍ରାୟ ୧୦ ଖଣ୍ଡ ଗାଁର ହଜାର ହଜାର ଚାଷୀ ମାନେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ବର୍ଷ ଚାଷୀ ମାନେ ଜଳ କର ପୈଠ କରୁଥିବା ବେଳେ ତଳ ମୁଣ୍ଡିଆ ଚାଷୀ ମାନେ ଆଉ ପାଣି ପାଇ ପାରୁନଥିବା ଅଭିଯୋଗ ହୋଇଛି ।ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ଆସନ୍ତା ଦିନରେ ଚାଷୀ ସମାଜ ଉପକୃତ ହୋଇ ପାରିବ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details