ଭବାନୀପାଟଣା: ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ବାହାରିବା ପରେ ଲୋକେ ଆତଙ୍କିତ । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ପ୍ରସ୍ତୁତି ଚାଲିଛି । ୩୧୦ ପଞ୍ଚାୟତରେ କୋରୋନା କର୍ଣ୍ଣର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି ।
ଏହି ସମସ୍ତ ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ଏଥିରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ସହ ରୋଗୀଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଯାଉଛି । ଏହାସହ ଦିନକୁ ଦୁଇଥର ଡାକ୍ତରୀ ଯାଞ୍ଚର ବ୍ୟବସ୍ଥା ରହିଛି ।କୋରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ୪୮ଟି ରାପିଡ ରେସପନ୍ସ ଟିମ ଗଠନ କରି ସ୍ଥିତି ଉପରେ ନଜର ରଖାଯାଉଛି ।