ଓଡିଶା

odisha

ETV Bharat / state

କୋରୋନା ବୁଡାଇଲା କନ୍ଦାଗଡ଼ ଶିଳ୍ପୀଙ୍କ କୌଳିକ ବୃତ୍ତି - Corona hampered Kandagargh

ପଥର କାରିଗରୀ ପାଇଁ ପ୍ରସିଦ୍ଧ କଳାହାଣ୍ଡିର କନ୍ଦାଗଡ଼, ହେଲେ ଏବେ ସବୁ ନିସ୍ତବ୍ଧ। କୋରୋନା ଯୋଗୁଁ କାମ ଧନ୍ଦା ଅଭାବ । ଆସୁନାହାନ୍ତି ଗ୍ରାହକ ଦାଦନ ସାଜିଛି ପଥର ଶିଳ୍ପୀ। ଅଧିକ ପଢନ୍ତୁ...

କୋରୋନା ବୁଡାଇଲା କନ୍ଦାଗଡ଼ ଶିଳ୍ପୀଙ୍କ କୌଳିକ ବୃତ୍ତି/
କୋରୋନା ବୁଡାଇଲା କନ୍ଦାଗଡ଼ ଶିଳ୍ପୀଙ୍କ କୌଳିକ ବୃତ୍ତି/

By

Published : Jan 24, 2021, 9:09 PM IST

ଭବାନୀପାଟଣା: ଶିଳ୍ପି ଗାଁ କନ୍ଦାଗଡ। ପଥର କଳା ପାଇଁ ଗାଁର ରହିଛି ସ୍ବତନ୍ତ୍ର ଖ୍ୟାତି। ରାତି ପାହିଲେ ଏଠାରୁ ଶୁଭୁଥିଲା ନିହାଣର ଠୁକ ଠୁକ ଶବ୍ଦ। ନିର୍ଜୀବ ପଥରେ ଦେହରେ କଳାର ଚତୁରୀ ଦେଇ ସଂଜୀବନିର ମନ୍ତ୍ର ଫୁଙ୍କୁଥିଲା ଶିଳ୍ପୀ। ହେଲେ ଆଜି ସବୁ ନିସ୍ତବ୍ଦ। କୋରୋନା କାଳରେ ବଦଳିଯାଇଛି ଶିଳ୍ପୀର ପରିଚୟ। ଆସୁନାହାନ୍ତି ଗ୍ରାହକ ଦାଦନ ସାଜିଛି ପଥର ଶିଳ୍ପୀ । ବ୍ୟବସାୟ ମାନ୍ଦା ପଡିଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଏମାନେ। ଦିନଥିଲା ପଥର ମୂର୍ତ୍ତି ନେବା ପାଇଁ ଏଠାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀଙ୍କ ଭିଡ଼ ଜମୁଥିଲା। ହେଲେ ଆଜି ସେ ସ୍ଥାନ ଖାଁ ଖାଁ ଓ ନୀରବତା ରାଜ୍ କରୁଛି।

କୋରୋନା ବୁଡାଇଲା କନ୍ଦାଗଡ଼ ଶିଳ୍ପୀଙ୍କ କୌଳିକ ବୃତ୍ତି
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଥିବା କନ୍ଦାଗଡ଼ ଗ୍ରାମ। ୧୯୮୫ ମସିହାରୁ ଏହି ଗାଁରେ ପଥର ଶିଳ୍ପର ଆରମ୍ଭ । କାଳକ୍ରମେ ବର୍ତ୍ତମାନର ପିଢି ଏହି କଳାକୁ ଆପଣାଇ ବେଶ ପ୍ରସିଦ୍ଧି ଲାଭ କରିଛି । ବିଭିନ୍ନ ରକମର ପଥର ମୂର୍ତ୍ତି ତିଆରି କରି ସମଗ୍ର ଦେଶରେ ନାଁ କରିଥିଲା ଏହି ଆଦିବାସୀ ଗାଁ। ହେଲେ ଆଜିର ଚିତ୍ର ଭିନ୍ନ। ଲକଡାଉନ ପରଠାରୁ କାମ ଧନ୍ଦା ବନ୍ଦ। ମାତ୍ର

୨ ରୁ ୩ ଜଣ ଶିଳ୍ପୀ ବେଉଷାକୁ ଆପଣେଇ ରହିଯାଇଛନ୍ତି। ହେଲେ କୋରୋନାର କରାଳ ରୂପ ବୁଡାଇ ଦେଇଛି କୌଳିକ ବୃତ୍ତି। ଫଳରେ ସହଜଖୋଲ ଜଙ୍ଗଲର ପାଦ ଦେଶରେ ଥିବା ଏହି ଗାଁର ପ୍ରାୟ ୨ ଶହ ଲୋକଙ୍କ ଜୀବନ ଜୀବିକା ଏବେ ବାଜିରେ ଲାଗିଛି ।

ରୋଜଗାର ଆଶାରେ ଦାଦନ ହୋଇ କିଏ ବାଙ୍ଗାଲୋର ଯାଇଛି ତ କିଏ ଚେନ୍ନାଇ। ସରକାର ଏହି ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଗାଁ କୁ ଫେରାଇ ନଆଣିଲେ କନ୍ଦାଗଡ଼ର ଏହି ପ୍ରସିଦ୍ଧି ପଥର ଶିଳ୍ପ ଓ ଶିଳ୍ପୀ ଯେ ବିଲୁପ୍ତ ହୋଇଯିବେ ତାହା ନିଃସନ୍ଦେହ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details