କଳାହାଣ୍ଡି: ଜିଲ୍ଲାର ୧୧ ଜଣ କୋରୋନା ଆକ୍ରାନ୍ତ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବଶନ୍ତପଡା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଜିଲ୍ଲାର ଅନ୍ୟାନ୍ୟ ବ୍ଲକର ୬ ଜଣଙ୍କ ସହିତ ଲାଞ୍ଜିଗଡ ବ୍ଲକର କୋରୋନା ଆକ୍ରାନ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏମାନଙ୍କୁ ସ୍ବାସ୍ଥ୍ୟ କର୍ମୀମାନେ ଗୋଲାପ ଫୁଲ ଦେଇ ସ୍ବାଗତ କରୁଥିବା ନଜର ଆସିଛି ।
ସୁସ୍ଥ ହେଉଥିବା କୋରୋନା ଆକ୍ରାନ୍ତଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ - Corona cured cases
କଳାହାଣ୍ଡି ଜିଲ୍ଲାର ୧୧ ଜଣ କୋରୋନା ଆକ୍ରାନ୍ତ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୁସ୍ଥ ହେଉଥିବା କୋରୋନା ଆକ୍ରାନ୍ତଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ
ସୁସ୍ଥ ହେଉଥିବା କୋରୋନା ଆକ୍ରାନ୍ତଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ
ତେବେ ଉକ୍ତ ମହିଳାଙ୍କ ସଂସ୍ପର୍ଶ ଆସିଥିବା ଜଣେ ୫୪ ଜଣଙ୍କ ସ୍ବାବ ରିପୋର୍ଟ ବି ନେଗେଟିଭ ଆସିଛି । ଯାହା ଜିଲ୍ଲା ପାଇଁ ଏକ ଆଶ୍ବସ୍ତିର ବିଷୟ ପାଲଟିଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ