ଓଡିଶା

odisha

ETV Bharat / state

କଳାହାଣ୍ଡିକୁ ଫେରିଲା କୋରୋନା, ୩ ଦିନରେ ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ - କଳାହାଣ୍ଡିରେ ୩ ଦିନରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କିଛି ଦିନର ବ୍ୟବଧାନ ପରେ କଳାହାଣ୍ଡି ଜିଲ୍ଲାକୁ ପୁଣି ଫେରିଛି ମହାମାରୀ କୋରୋନା । ଗତ ୩ ଦିନରେ ୩୦ରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି(ବୁଧବାର) ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

କଳାହାଣ୍ଡିକୁ ଫେରିଲା କୋରୋନା, ୩ ଦିନରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
କଳାହାଣ୍ଡିକୁ ଫେରିଲା କୋରୋନା, ୩ ଦିନରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

By

Published : Jan 6, 2022, 10:07 AM IST

ଭବାନୀପାଟଣା: କିଛି ଦିନର ବ୍ୟବଧାନ ପରେ କଳାହାଣ୍ଡି ଜିଲ୍ଲାକୁ ପୁଣି ଫେରିଛି ମହାମାରୀ କୋରୋନା । ଗତ ୩ ଦିନ ମଧ୍ୟରେ ଜିଲ୍ଲାରେ ୩୦ରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି(ବୁଧବାର) ଜିଲ୍ଲାରେ ୧୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୩୫ ଜଣ କୋଭିଡ ଆକ୍ରାନ୍ତ ରୋଗୀ ହୋମ ଆଇସୋଲେସନରେ(home isolation) ରହି ଚିକିତ୍ସା ହେଉଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

କଳାହାଣ୍ଡିକୁ ଫେରିଲା କୋରୋନା, ୩ ଦିନରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ସେପଟେ ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ କହିଛନ୍ତି। ପୁଣି ଥରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ସେପଟେ ସହରାଞ୍ଚଳରେ ଆସନ୍ତା ୭ ତାରିଖ ଠାରୁ ଫେବୃଆରୀ ପହିଲା ପର୍ଯ୍ୟନ୍ତ ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details