ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଅଣାୟତ୍ତ କୋରୋନା, ୧୦୦୦ ଟପିଲା ଆକ୍ରାନ୍ତ ସଂଖ୍ୟା - corona cases increase in kalahandi

କଳାହାଣ୍ଡିରେ ଅଣାୟତ କୋରୋନା । ୧୦୦୦ ଟପିଲା ଆକ୍ରାନ୍ତ ସଂଖ୍ୟା। ଚିନ୍ତାରେ ପ୍ରଶାସନ । ଅଧିକ ପଢନ୍ତୁ.......

corona cases increase in kalahandi
କଳାହାଣ୍ଡିରେ ଅଣାୟତ କୋରୋନା ସ୍ଥିତି, ୧୦୦୦ ଟପିଲା ଆକ୍ରାନ୍ତ ସଂଖ୍ୟା

By

Published : Aug 22, 2020, 7:24 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ବଢି ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ଜିଲ୍ଲାରେ ୪୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଆଉ ୩୩ ଜଣ ଚିହ୍ନଟ ହୋଇଛନ୍ତି । ଗୁରୁବାର ଚିହ୍ନଟ ୪୯ ଜଣଙ୍କ ମଧ୍ୟରୁ କେସିଙ୍ଗା ଓ ଜୁନଗଡ଼ ଅଞ୍ଚଳରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ରହିଥିଲେ । ଭବାନୀପାଟଣାରୁ ୧୧ କୋକସରାରୁ ୯ ,କଲମପୁର ଅଞ୍ଚଳରୁ ୩ ଆକ୍ରାନ୍ତ ରହିଛନ୍ତି । ସେହିପରି ନର୍ଲା କର୍ଲାମୁଣ୍ଡା ଓ ମଦନପୁର ରାମପୁର ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଥୁଆମୂଳ ରାମପୁର ଅଞ୍ଚଳରୁ ମଧ୍ୟ ୨ ଜଣ ପଜିଟିଭ ରହିଛନ୍ତି ।

କଳାହାଣ୍ଡିରେ ଅଣାୟତ କୋରୋନା ସ୍ଥିତି, ୧୦୦୦ ଟପିଲା ଆକ୍ରାନ୍ତ ସଂଖ୍ୟା

ଶୁକ୍ରବାର ଲାଞ୍ଜିଗଡ଼ରୁ ୯ ,ଧର୍ମଗଡ଼ ଓ ଭବାନୀପାଟଣା ଅଞ୍ଚଳରୁ ୮, କେସିଙ୍ଗାରୁ ୩ ଜୁନଗଡ଼ରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୟପାଟଣା ଅଞ୍ଚଳରୁ ମଧ୍ୟ ଜଣେ ସଂକ୍ରମିତ ରହିଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପ୍ରଶାସନକୁ ଚିନ୍ତାରେ ପକାଇଛି । ଏହାସହ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ମଧ୍ୟ ସୃଷ୍ଟି ହୋଇଛି । ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପଟେ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୦କୁ ପହଞ୍ଚିଥିବା ବେଳେ ୪୬୫ ଜଣ ସୁସ୍ଥ ହୋଇଛନ୍ତି । ୬୦୫ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details